
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଶୂନ୍ୟକାଳରେ ଉଠିଲା ନରାଜ ଡାଟା ସେଣ୍ଟର ପ୍ରସଙ୍ଗ ।
ଡାଟା ସେଣ୍ଟର ଦ୍ବାରା ଓଡ଼ିଶା ବ୍ୟାପକ କ୍ଷତି ସହିବାକୁ ଯାଉଛି କହିଲେ ବିରୋଧୀ ଦଳ ଉପନେତା
ପ୍ରସନ୍ନ ଆଚାର୍ଯ୍ୟ ।
ଆଦାନୀ ଡାଟା ସେଣ୍ଟର ପାଇଁ
ଏଚଏଲସିଏରେ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଶିଳ୍ପକୁ ସ୍ବାଗତ କରୁଛୁ । ଏହି ଡାଟା
ସେଣ୍ଟର ରାଜ୍ୟକୁ କ୍ଷତି କରିବ,
ପୁଞ୍ଜି ବଢ଼ିବାରେ
ସାହାଯ୍ୟ କରିବ ନାହିଁ । ନଦୀ ଜଳ ଶୁଖିବ, ବାୟୁମଣ୍ଡଳ ଦୂଷିତ ହେବ, ଶବ୍ଦ ପ୍ରଦୂଷଣ ବଢ଼ିବ । ଡାଟା ସେଣ୍ଟର ନିର୍ମାଣ ପାଇଁ ସରକାର 250 ଏକର ଜମି ଦେବେ
କହିଛନ୍ତି । ଏଥିରେ 1 ଗିଗାୱାଟ ସେଣ୍ଟର
ପାଇଁ ଅନୁମୋଦନ ମିଳିଛି । 1.4 ଲକ୍ଷ କୋଟିର
ନିବେଶ ଆସିବ ଶିଳ୍ପ । କିନ୍ତୁ ଡାଟା ସେଣ୍ଟରକୁ ନେଇ ଆତଙ୍କିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି
। ପ୍ରତିଦିନ ଏହି ଡାଟା ସେଣ୍ଟର ଚାଲିବାକୁ 2 ରୁ 4 କୋଟି ୟୁନିଟ୍ ବିଦ୍ୟୁତ୍ ଶକ୍ତି ଆବଶ୍ୟକ । ଯଦି ତାପଜ ବିଦ୍ୟୁତ
ବ୍ୟବହାର ହୁଏ ତେବେ ବାୟୁମଣ୍ଡଳ ଦୂଷିତ ହେବ । ଏହି ଡାଟା ସେଣ୍ଟର ପାଇଁ ପ୍ରତିଦିନ 3 କୋଟି ଲିଟର ଜଳ
ଆବଶ୍ୟକ । କଟକ, ଭୁବନେଶ୍ବରରେ
ପିଇବା ପାଣି ଅଭାବ ଦେଖାଯିବ । କମ୍ପାନୀର ବୟାନ ଅନୁସାରେ ମାତ୍ର 1 ହଜାର ନିଯୁକ୍ତି
ସୃଷ୍ଟି ହେବ । ଡାଟା ସେଣ୍ଟର ରାଜ୍ୟ ପାଇଁ ଏକ ବିପର୍ଯ୍ୟୟ ଆଣିବାକୁ ଯାଉଛି । ସରକାର ଜମି ଦେବେ, ବିଦ୍ୟୁତ, ଜଳ ସବୁ ଦେବେ ହେଲେ
ନିଯୁକ୍ତି ଆମ ପିଲା ପାଇବେ ନାହିଁ । ଶବ୍ଦ, ବାୟୁ, ଜଳ ଅଭାବ ହେବ କିନ୍ତୁ ନିଯୁକ୍ତି ମିଳିବ ନାହିଁ । ତାହେଲେ ଓଡ଼ିଶାକୁ
ଲାଭ କଣ ମିଳିବ । ସରକାର ଉତ୍ତର ଦିଅନ୍ତୁ, ସରକାର ବଜାର ରେଟରେ ଜମି ଦେବେ ନାଁ ସରକାରୀ ଦର ନାଁ ରିହାତି ଦରରେ
ଜମି ଦେବେ ତାର ଉତର ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା