କୋରାପୁଟରେ ମହିଳା ଓ ବାଳିକାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସା ନିରାକରଣ ନିମନ୍ତେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ
ଜୟପୁର, ୨୬ ନଭେମ୍ବର (ହି.ସ.)- ମହିଳା ଓ ବାଳିକାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସାର ନିରାକରଣ ତଥା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କୋରାପୁଟ ଠାରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସକାଳ ୧୦ଟା ୩୦ ମିନିଟ୍ ସମୟରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଅତିରି
କୋରାପୁଟରେ ମହିଳା ଓ ବାଳିକାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସା ନିରାକରଣ ନିମନ୍ତେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ


ଜୟପୁର, ୨୬ ନଭେମ୍ବର (ହି.ସ.)- ମହିଳା ଓ ବାଳିକାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସାର ନିରାକରଣ ତଥା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କୋରାପୁଟ ଠାରେ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସକାଳ ୧୦ଟା ୩୦ ମିନିଟ୍ ସମୟରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ।ଏହି ରାଲିରେ କିଶୋରୀ ବାଳିକା, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ, ପିଓ-କମ୍-ପିଓ ଶ୍ରୀମତୀ ସବିତା ସମାଦାର, ଜିଲ୍ଲା ମହିଳା ସଶକ୍ତିକରଣ ହବ୍ ର କର୍ମଚାରୀବୃନ୍ଦ ଏବଂ ୟୁନିସେଫ୍ ର ଜଣେ ପରାମର୍ଶଦାତା ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ରାଲି କସ୍ତୁରବା ଗାନ୍ଧୀ ବିଦ୍ୟାଳୟଠାରେ ଶେଷ ହୋଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ମହିଳା ଓ ବାଳିକାଙ୍କ ପ୍ରତି ହିଂସା ରୋକିବା, ଲିଙ୍ଗଗତ ସମାନତା ପ୍ରତିଷ୍ଠା, ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇଥିଲେ।ଏହି ୧୬ ଦିନିଆ ଅଭିଯାନର ଶୁଭାରମ୍ଭ ମାଧ୍ୟମରେ ସମାଜରେ ସଚେତନତା ବୃଦ୍ଧି, ହିଂସାମୁକ୍ତ ପରିବେଶ ସୃଷ୍ଟି ଏବଂ ମହିଳା ଓ ବାଳିକାଙ୍କ ସୁରକ୍ଷା ଦିଗରେ ସାମୂହିକ ପ୍ରୟାସକୁ ଗୁରୁତ୍ୱ ଦିଆଯାଇଛି।ମହିଳା ଓ ବାଳିକାମାନେ ଯେପରି ଏକ ସୁରକ୍ଷିତ, ସମାବେଶୀ ଓ ହିଂସାମୁକ୍ତ ସମାଜରେ ମର୍ଯ୍ୟାଦା, ସମାନ ଅଧିକାର ଓ ସୁଯୋଗ ସହିତ ଜୀବନଯାପନ କରିପାରିବେ, ସେଥିପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ସାମୂହିକ ଦାୟିତ୍ୱବୋଧ ଅପରିହାର୍ଯ୍ୟ ବୋଲି ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande