କାଲିମେଳାରେ ୩୦ତମ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ୧୧୩ଟି ପ୍ରକଳ୍ପ ପ୍ରଦର୍ଶିତ, ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ୭ଟି ପ୍ରକଳ୍ପ ମନୋନୀତ
ମାଲକାନଗିରି , ୨୬ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ତମ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ କାଲିମେଳା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବିଜ
କାଲିମେଳାରେ ୩୦ତମ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ୧୧୩ଟି ପ୍ରକଳ୍ପ ପ୍ରଦର୍ଶିତ, ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ୭ଟି ପ୍ରକଳ୍ପ ମନୋନୀତ


ମାଲକାନଗିରି , ୨୬ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ତମ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ କାଲିମେଳା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବିଜ୍ଞାନଭିତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ଏହି ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୧୩ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ, ପୋଡ଼ିଆର ଶିକ୍ଷକ ଦେବବ୍ରତ ପରାମାଣିକ ଓ ବାପନପଲ୍ଲୀ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସୁଜିତ କୁମାର ମହାନ୍ତି ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ୭ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ମନୋନୀତ କରାଯାଇଥିଲା।

ଅପରାହ୍ନରେ ବ୍ଲକ୍ ଶିକ୍ଷା ଅଧିକାରୀ ରମେଶ ବାରୋଇଙ୍କ ସଭାପତିତ୍ୱରେ ଉଦ୍ୟାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କାଲିମେଳା ବିଧାୟକଙ୍କ ପ୍ରତିନିଧି ହରବିଳାସ ମଣ୍ଡଳ ମୁଖ୍ୟ ଅତିଥି ଏବଂ କାଲିମେଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସଞ୍ଜିତ କୁମାର ବିଶ୍ୱାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦୃଭ ନାୟକ, ସମୀର ଗୋପେ ଓ ଶିବଶଙ୍କର ପରାମାଣିକ ଯୋଗ ଦେଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ଆଧୁନିକ ସମାଜରେ ବିଜ୍ଞାନର ଗୁରୁତ୍ୱ, ନୂତନ ଉଦ୍ଭାବନ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ ଉପରେ ଆଲୋକପାତ କରିଥିଲେ। ଏଭଳି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ଗବେଷଣାମନୋଭାବ ଓ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande