୩ ଘଣ୍ଟା ଗଣତି ମଣତି ହେଲା ରତ୍ନଭଣ୍ଡାର
ପୁରୀ, ୨୬ ନଭେମ୍ବର (ହି.ସ.)- ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ ଓ ପି ଅନୁଯାୟୀ, ସମସ୍ତ ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଛି। ପୂର୍ବାହ୍ନ ୧୧ଟା ୨୬ ମିନିଟ୍ ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬
ଶ୍ରୀମନ୍ଦିର


ପୁରୀ, ୨୬ ନଭେମ୍ବର (ହି.ସ.)- ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ ଓ ପି ଅନୁଯାୟୀ, ସମସ୍ତ ଅଧିକୃତ ସଦସ୍ୟଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଛି। ପୂର୍ବାହ୍ନ ୧୧ଟା ୨୬ ମିନିଟ୍ ରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ମିନିଟ୍ ପର୍ଯ୍ୟନ୍ତ, ମୋଟ ୩ ଘଣ୍ଟା ୧୦ ମିନିଟ୍ ଧରି ଗଣତିମଣତି କାର୍ଯ୍ୟ ଚାଲିଥିଲା। ଆସନ୍ତାକାଲି ସକାଳ ଧୂପ ନୀତି ସମାପନ ପରେ ପୁନର୍ବାର ଏହି କାର୍ଯ୍ୟ ଆରମ୍ଭ ହେବ। ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସହଯୋଗ ପାଇଁ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande