ଅଜଣା ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ, ଅଧାରେ ରହିଗଲା ଓଏଏସ୍ ହେବାର ସ୍ଵପ୍ନ
ବଲାଙ୍ଗିର, ୨୬ ନଭେମ୍ବର (ହି.ସ.)- ବଲାଙ୍ଗିରରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମେଧାବୀ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧାରେ ରହିଗଲା ଓଏଏସ୍ ହେବାର ସ୍ୱପ୍ନ । ମୃତକ ହେଉଛନ୍ତି ପ୍ରକାଶ ସିଂ ଭୋଇ ଓ ବିଜୟାନନ୍ଦ ମେହେର। ଉଭୟେ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ହୋଇଥିବା ବେଳେ ଓଏଏସ୍ ପ୍ରିଲିମିନାରୀ
ଅଜଣା ଗାଡ଼ି ଧକ୍କାରେ ଦୁଇ ମେଧାବୀ ସାଙ୍ଗଙ୍କ ମୃତ୍ୟୁ। ଅଧାରେ ରହିଗଲା ଓଏଏସ୍ ହେବାର ସ୍ୱପ୍ନ


ଅଜଣା ଗାଡ଼ି ଧକ୍କାରେ ଦୁଇ ମେଧାବୀ ସାଙ୍ଗଙ୍କ ମୃତ୍ୟୁ। ଅଧାରେ ରହିଗଲା ଓଏଏସ୍ ହେବାର ସ୍ୱପ୍ନ


ବଲାଙ୍ଗିର, ୨୬ ନଭେମ୍ବର (ହି.ସ.)- ବଲାଙ୍ଗିରରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମେଧାବୀ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧାରେ ରହିଗଲା ଓଏଏସ୍ ହେବାର ସ୍ୱପ୍ନ । ମୃତକ ହେଉଛନ୍ତି ପ୍ରକାଶ ସିଂ ଭୋଇ ଓ ବିଜୟାନନ୍ଦ ମେହେର। ଉଭୟେ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ହୋଇଥିବା ବେଳେ ଓଏଏସ୍ ପ୍ରିଲିମିନାରୀ ମଧ୍ୟ କ୍ୱାଲିଫାଏ କରିଥିଲେ। ହେଲେ ଏକ ଅଜଣା ଗାଡ଼ିର ଧକ୍କା ଦୁଇ ପରିବାରର ସବୁ ସ୍ୱପ୍ନକୁ ଭାଙ୍ଗି ଧୂଳିସାତ୍ କରି ଦେଇଚି।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ବଲାଙ୍ଗିର ଓମେନ୍ସ କଲେଜ ଛକ ନିକଟରେ ଏକ ଅଜଣା ଗାଡ଼ି ଦୁଇ ସାଙ୍ଗଙ୍କ ବାଇକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଛି। ଉଭୟେ ବଲାଙ୍ଗିରରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିଲେ। ଏପରିକି ଓଏଏସ୍ ହେବାର ସ୍ୱପ୍ନ ମଧ୍ୟ ଦେଖିଥିଲେ। ସବୁଠାରୁ ଦୁଃଖଦ କଥା, ଉଭୟ ନିଜ ପରିବାରର ଏକମାତ୍ର ପୁଅ ଥିଲେ। ପୁଅର ସଫଳତାକୁ ନେଇ ପରିବାର ଦେଖିଥିବା ସ୍ୱପ୍ନ ଆଜି ଧୂଳିସାତ୍ ହୋଇଯାଇଛି l ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛି ଟାଉନ ପୋଲିସ। ସହର ଭିତରେ ରାତିରେ ଭାରୀଯାନ ଚଳାଚଳ ଏବଂ ବାଇପାସ୍ ନିର୍ମାଣରେ ବିଳମ୍ବକୁ ନେଇ ଉଠିଛି ପ୍ରଶ୍ନ। ଦୁଇ ମେଧାବୀ ଛାତ୍ରଙ୍କ ମୃତ୍ୟୁ ପରେ ବାଇପାସ୍ ନିର୍ମାଣ ଓ ଭାରୀଯାନ ଚଳାଚଳ ନିୟନ୍ତ୍ରଣ ପାଇଁ ଦାବି ଜୋର୍ ଧରିଛି l ଉଭୟ ମୃତକଙ୍କ ପରିବାର ହତାଶା ଭିତରେ ରହିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande