ଅଧପନ୍ତରିଆ ରାସ୍ତାର ପୂର୍ଣ୍ଣାଙ୍ଗ ଅଭିଯୋଗକୁ ପୁରିଲା ଦୁଇମାସ : ପ୍ରଶାସନ ନୀରବଦ୍ରଷ୍ଟା
ଅଧପନ୍ତରିଆ ରାସ୍ତାର ପୂର୍ଣ୍ଣାଙ୍ଗ ଅଭିଯୋଗକୁ ପୁରିଲା ଦୁଇମାସ : ପ୍ରଶାସନ ନୀରବଦ୍ରଷ୍ଟା
ଅଧପନ୍ତରିଆ ରାସ୍ତାର ପୂର୍ଣ୍ଣାଙ୍ଗ ଅଭିଯୋଗକୁ ପୁରିଲା ଦୁଇମାସ :  ପ୍ରଶାସନ ନୀରବଦ୍ରଷ୍ଟା


ଅଧପନ୍ତରିଆ ରାସ୍ତାର ପୂର୍ଣ୍ଣାଙ୍ଗ ଅଭିଯୋଗକୁ ପୁରିଲା ଦୁଇମାସ :  ପ୍ରଶାସନ ନୀରବଦ୍ରଷ୍ଟା


ଅଧପନ୍ତରିଆ ରାସ୍ତାର ପୂର୍ଣ୍ଣାଙ୍ଗ ଅଭିଯୋଗକୁ ପୁରିଲା ଦୁଇମାସ :  ପ୍ରଶାସନ ନୀରବଦ୍ରଷ୍ଟା


ସମ୍ବଲପୁର, ୨୬, ନଭେମ୍ବର (ହି.ସ.) ଚାହୁଁ ଚାହୁଁ ବିତିଗଲା

ଦୁଇମାସ । ଅଧପନ୍ତରିଆ ରାସ୍ତାର ପୂର୍ଣ୍ଣାଙ୍ଗ ପାଇଁ ପ୍ରଶାସନ ନିକଟରେ ହୋଇଥିଲା ବାରମ୍ବାର ଅଭିଯୋଗ । ମାତ୍ର ଅଧାରେ ପଡି ରହିଥିବା ଅଧାପନ୍ତରିଆ ରାସ୍ତାର ନିର୍ମାଣ ଏବେ ବି ସ୍ବପ୍ନରେ ରହିଯାଇଛି । ଦୀର୍ଘ ଦିନ ଧରି ପ୍ରଶାସନିକ ଏହି ଅବହେଳାରେ ଅତିଷ୍ଠ ହୋଇ ଶେଷରେ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ସାଧନା'ର ସଭାପତି ତଥା ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତିରେ ନିଜର କ୍ଷୋଭ ପ୍ରକାଶ କରିବା ସହ ଏହି ରାସ୍ତାର ପୂର୍ଣ୍ଣାଙ୍ଗ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିଛନ୍ତି l

ସୂଚନାଯୋଗ୍ୟ, ଧନୁପାଲି ଦୁର୍ଗାପୂଜା ମଣ୍ଡପ ପଛ ପାଖରୁ ତଥା ଧନୁପାଲି ଗ୍ରାମ ପୂର୍ବରୁ ଗୋବିନ୍ଦତୋଳା ପେଟ୍ରୋଲ ପମ୍ପ ପଛ ପାଖ ଦେଇ ସତୀ ରାଣୀ ମନ୍ଦିର ସାମ୍ନା ରାସ୍ତା ପୂର୍ବରୁ ୧୩ ଫୁଟ ଚଉଡାର କେନାଲ ଜମି ଉପରେ ଲମ୍ବି ରହିଥିଲା । ଯାହାକି ବ୍ୟବହାର୍ଯ୍ୟ ରାସ୍ତା ଭାବରେ ପାଖାପାଖି ୫ ଶହ ପରିବାର ବ୍ୟବହାର କରି ଆସୁଛନ୍ତି । ଗତ ୩ ମାସ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଉକ୍ତ ରାସ୍ତାରେ ଫେବର ବ୍ଲକ ପକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଧନୁପାଲି ଗ୍ରାମ ପଟରୁ ଭିତରକୁ ପ୍ରାୟ ଶହେ ମିଟର ରାସ୍ତା ଉପରେ କିଛି ସ୍ଥାନୀୟ ଲୋକଙ୍କ ଜମି ଥିବା ଅଭିଯୋଗ ପରେ କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି । ଫଳରେ ଦୈନିକ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ଏହି ବାବଦରେ ଗତ ସେପ୍ଟେମ୍ବର ୭ ତାରିଖ ଦିନ ଅଞ୍ଚଳବାସୀ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରୀଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଯେଉଁଥିରେ ଉଲ୍ଲେଖ କରିଥିଲେ ଯେ, ଯେଉଁ ରାସ୍ତା ଜମିକୁ ନେଇ ବିବାଦ ଉପୁଜୁଛି, ସେହି ଜମିକୁ ରାଜସ୍ବ ବିଭାଗ ଦ୍ୱାରା ଡିମାର୍କେସନ କରାଯାଇ ସରକାରୀ ଖାତାରେ କେତେ ଜମି ରହିଛି ତାହାକୁ ଲୋକଲୋଚନକୁ ଅଣାଯାଉ l ଏଥିସହ ଅଞ୍ଚଳବାସୀଙ୍କ ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ଅଧପନ୍ତରିଆ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ l ଏହି ଅଭିଯୋଗ ପରେ ଏସଏମସି ଆୟୁକ୍ତ ଶ୍ରୀ ଖତ୍ରୀ ଇଞ୍ଜିନିଅରିଙ୍ଗ ସେକ୍ସନକୁ ପଦକ୍ଷେପ ନେବାକୁ ସେହିଦିନ ନିର୍ଦେଶ ଦେଇଥିଲେ l

ହେଲେ ଦୁର୍ଭାଗ୍ୟର ବିଷୟ ଅଭିଯୋଗର ୨ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ରାସ୍ତା ନିର୍ମାଣ କାର୍ଯ୍ୟ ବା ଜମିର ଡିମାରକେସନ ହୋଇନପାରିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande