୭ ଦଫା ଦାବି ନେଇ ୪ ଦିନ ହେଲା ଧାରଣା, ରାଜରାସ୍ତାରେ ଗୁରୁବାର ମାଣବସା ପାଳିଲେ ଅଙ୍ଗନବାଡ଼ି କର୍ମୀ
ଜୟପୁର, ୨୬ ନଭେମ୍ବର (ହି.ସ.)- ୭ ଦଫା ଦାବି ନେଇ ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଦୀର୍ଘ ୪ ଦିନ ଧରି କୁନ୍ଦୁରା ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଧାରଣା। ଏପରିକି ଆଜି ମାଣବସା ଗୁରୁବାର ଭଳି ପବିତ୍ର ଦିନରେ ମଧ୍ୟ ଘର ଓ ପରିବାରଠାରୁ ଦୂରରେ ଧାରଣାସ୍ଥଳରେ ମା'' ଲକ୍ଷ୍ମୀଙ୍କ
୭ ଦଫା ଦାବିରେ ୪ ଦିନ ହେଲା ଧାରଣା, ରାଜରାସ୍ତାରେ ମାଣବସା ଗୁରୁବାର ପାଳିଲେ ଅଙ୍ଗନବାଡ଼ି କର୍ମୀ।


ଜୟପୁର, ୨୬ ନଭେମ୍ବର (ହି.ସ.)- ୭ ଦଫା ଦାବି ନେଇ ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଦୀର୍ଘ ୪ ଦିନ ଧରି କୁନ୍ଦୁରା ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ଧାରଣା। ଏପରିକି ଆଜି ମାଣବସା ଗୁରୁବାର ଭଳି ପବିତ୍ର ଦିନରେ ମଧ୍ୟ ଘର ଓ ପରିବାରଠାରୁ ଦୂରରେ ଧାରଣାସ୍ଥଳରେ ମା' ଲକ୍ଷ୍ମୀଙ୍କ ପୂଜା କରିଛନ୍ତି ଆନ୍ଦୋଳନକାରୀ। ସରକାରୀ ମାନ୍ୟତା, ଦରମା ବୃଦ୍ଧି, ଗ୍ରାଚୁଇଟି ଓ ଅବସରକାଳୀନ ସୁବିଧା ସମେତ ୭ ଦଫା ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ୧୯୧ ଜଣ ଅଙ୍ଗନବାଡ଼ି କର୍ମୀ ଓ ୧୯୧ ଜଣ ସହାୟିକା ୭ ଦଫା ଦାବି ନେଇ ଗତ ୨୩ ତାରିଖରୁ ଧାରଣାରେ ବସିଛନ୍ତି। ମାସିକ ୩୦ ହଜାର ଓ ୧୫ ହଜାର ଟଙ୍କା ଦରମା, ସରକାରୀ ମାନ୍ୟତା, ମୃତ୍ୟୁକାଳୀନ କ୍ଷତିପୂରଣ, ଗ୍ରାଚୁଇଟି ଓ ଅବସରକାଳୀନ ସୁବିଧା ଆଦି ରହିଛି ମୁଖ୍ୟ ଦାବି।ଦୀର୍ଘବର୍ଷ ଧରି ସ୍ୱଳ୍ପ ଦରମାରେ କାମ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି। ଚାରି ଦିନ ଧରି ଧାରଣା ଚାଲିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା ଜନପ୍ରତିନିଧି ଆଲୋଚନା ପାଇଁ ଆସିନଥିବା କହିଛନ୍ତି। ଆଜି ମାଣବସା ଗୁରୁବାରରେ ଘରେ ପୂଜା କରିବା ବଦଳରେ ରାଜରାସ୍ତାରେ ପୂଜା କରିବାକୁ ପଡ଼ିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ । ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande