ଆଶୀର୍ବାଦ ମୋଟର ପକ୍ଷରୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ
ପଟ୍ଟାମୁଣ୍ଡାଇ, ୨୬ ନଭେମ୍ବର (ହି.ସ.)- ଆଜି ପଟ୍ଟାମୁଣ୍ଡାଇ ଆଶୀର୍ବାଦ ମୋଟର ପକ୍ଷରୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି l ଅନୁଷ୍ଠାନର ମୁଖ୍ୟ ହିମାଂଶୁ ଜେନାଙ୍କ ପୌରାହିତ୍ୟରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ଏସବିଆଇ ବ୍ୟାଙ୍କ ର ମ୍ୟାନେଜର ଅଶୋକ ରାଉତ ଉତ୍ସବ କୁ ଉଦଘାଟ
Asithiba moter sambardhana


ପଟ୍ଟାମୁଣ୍ଡାଇ, ୨୬ ନଭେମ୍ବର (ହି.ସ.)- ଆଜି ପଟ୍ଟାମୁଣ୍ଡାଇ ଆଶୀର୍ବାଦ ମୋଟର ପକ୍ଷରୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି l ଅନୁଷ୍ଠାନର ମୁଖ୍ୟ ହିମାଂଶୁ ଜେନାଙ୍କ ପୌରାହିତ୍ୟରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ଏସବିଆଇ ବ୍ୟାଙ୍କ ର ମ୍ୟାନେଜର ଅଶୋକ ରାଉତ ଉତ୍ସବ କୁ ଉଦଘାଟନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ମୋଟର୍ସ ର ସତ୍ୱାଧିକାରୀ ହିମାଂଶୁ ଜେନାଙ୍କ ପିତା ଭଗବାନ ଜେନା ଓ ମାତା ଗୌରୀପ୍ରିୟା ଜେନାଙ୍କ ଦ୍ୱାରା ୩୫ ଗୋଟି ଏଲଇଡି ସ୍ମାର୍ଟ ଟିଭି ଉପହାର ପ୍ରଦାନ କରାଗଲା l ଆଶୀର୍ବାଦ ମୋଟର୍ସ ପକ୍ଷରୁ ଗ୍ରାହକ ଶଙ୍କର୍ଷଣ ସାହୁ, ନୀଳାପଦ ମନ୍ତ୍ରୀ, ବବୃବାହନ ଦାସ, ନିତାଇ ଖଟୁଆ, ରାମଚନ୍ଦ୍ର ମଳିକ, ଗୌତମ ପାଗଳ ଓ ଆନନ୍ଦ ମଳିକ ପ୍ରମୁଖଙ୍କୁ ପୂର୍ବରୁ ଘୋଷଣା ହୋଇଥିବା ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା l ଶଶିକାନ୍ତ ପରିଡା, ସନ୍ତୋଷ ଜେନା, ରବୀନ୍ଦ୍ର ସାହୁ, ଅଧୀର ସ୍ୱାଇଁ, ବିଚିତ୍ର କର, ଅବିନାଶ ପରିଡା ପିଙ୍କି ଓ ରିଙ୍କି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ହିନ୍ଦୁଜା ଫାଇନାନ୍ସ ମ୍ୟାନେଜର ମିଟନ ମହାରଣା, ମାର୍କେଟିଙ୍ଗ ଏଗଜୁକେଟିଭ ଗୌରାଙ୍ଗ ଚରଣ ନାୟକ, ଆଇଡିଏଫସି ବ୍ଯାଙ୍କ କ୍ଲଷ୍ଟର ମୁଖ୍ୟ ଅଭିଜିତ ପଟ୍ଟନାୟକ, ତୁଷାର ସାହୁ, ଅମୀୟ ରଞ୍ଜନ କୁଣ୍ଡୁ, ବ୍ୟାଙ୍କ ଅଫ ବରୋଦା ଜରିମୂଳ ଶାଖା ପ୍ରବନ୍ଧକ ରାଜକିଶୋର ମାଈତି, ଇଣ୍ଡିଆନ ବ୍ୟାଙ୍କ ଶାଖା ପ୍ରବନ୍ଧକ ଚନ୍ଦ୍ରକାନ୍ତ ନନ୍ଦ, ଶଶୀଶେଖର ରାଉତରାୟ, ପ୍ରବୋଧ କର, ସ୍ନେହାଶିଷ ସିଂହ, ଅଜିତ ପାଢ଼ୀ ଅତିଥି ଭାବେ ଯୋଗଦେଇ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ l ଗ୍ରାହକ ମାନଂକୁ ଉତ୍କୃଷ୍ଟ ମାନର ସେବା ଯୋଗାଇବା ସହିତ ଅନୁଷ୍ଠାନ ସହିତ ଯୋଡି ରଖିବାକୁ ଏହିପରି ପ୍ରୟାସ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande