ବ୍ରଜରାଜନଗର ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
Assembly day observed at Brajrajnagar
ବ୍ରଜରାଜନଗର ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ


ଝାରସୁଗୁଡ଼ା, ୨୬ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ମହାବିଦ୍ୟାଳୟ ପରିସରରେ ଆଜି ‘ମେରା ୟୁବା ଭାରତ’ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ରାଧେଶ୍ୟାମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବିଧାନର ମୂଲ୍ୟବୋଧ ଓ ଯୁବପିଢ଼ିଙ୍କ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ, ସୁପ୍ରକାଶ ଚୌଧୁରୀ, ରାଜନୀତି ବିଜ୍ଞାନ ଅଧ୍ୟାପିକା ପଦ୍ମାବତୀ ମେହେର ଏବଂ ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ୟୁଥ୍ ଆଇକନ୍ ବୈଷ୍ଣବୀ ଯାଦବ ଯୋଗଦେଇ ନିଜର ପିପିଟି ଉପସ୍ଥାପନା ମାଧ୍ୟମରେ ଭାରତୀୟ ସମ୍ବିଧାନର ବିଭିନ୍ନ ଦିଗ ଓ ମୌଳିକ ଅଧିକାର ଉପରେ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ସଭାରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ରାଷ୍ଟ୍ରୀୟ ସ୍ୱେଚ୍ଛାସେବୀ ଆସିତା ସା, ପ୍ରକାଶ ପ୍ରଧାନ ଓ ମାନସ ରଞ୍ଜନ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande