ମଣତା ଗାଁରେ ଧୁମଧାମରେ ପାଳିତ ହେଲା ପ୍ରଥମ ବାର୍ଷିକ କାର୍ତ୍ତିକ ପୂର୍ଣ୍ଣିମା
କେନ୍ଦୁଝର, 26 ନଭେମ୍ବର (ହି.ସ.) ସ୍ୱପ୍ନାଦେଶ ଅନୁଯାୟୀ ଘଟଗାଁ ନିକଟ ମଣତା ଗ୍ରାମରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଥମ ବାର୍ଷିକ କାର୍ତ୍ତିକ ପୂର୍ଣ୍ଣିମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ବହୁ ଶ୍ରଦ୍ଧାଳୁଙ୍
Mnta


କେନ୍ଦୁଝର, 26 ନଭେମ୍ବର (ହି.ସ.)

ସ୍ୱପ୍ନାଦେଶ ଅନୁଯାୟୀ ଘଟଗାଁ ନିକଟ ମଣତା ଗ୍ରାମରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଥମ ବାର୍ଷିକ କାର୍ତ୍ତିକ ପୂର୍ଣ୍ଣିମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପୂଜାର ଶୁଭାରମ୍ଭରେ ସ୍ଥାନୀୟ ପାଣୁପୋଷି ପୋଖରୀରୁ ପବିତ୍ର କଳସ ଶୋଭାଯାତ୍ରାରେ ଆଣି ପୂଜା ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା। ପରେ ଦିନ ୧୧ଟା ୪୫ ମିନିଟ୍ରେ ପୂଜକ ବିଭୂପ୍ରସାଦ ଦାସଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସଂକଳ୍ପ କର୍ତ୍ତା ଭାବେ ତ୍ରିଲୋଚନ ପାତ୍ର ଓ ତାଙ୍କ ସହଧର୍ମିଣୀ ସୁଭଦ୍ରା ପାତ୍ର ପୂଜାରେ ଆସୀନ ହୋଇଥିଲେ।

ଏହି ଧାର୍ମିକ ଉତ୍ସବରେ ବେଲପାହାଡ଼ି ଓ ନାକଝରୀର ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ସମେତ ସୁନାପେଣ୍ଠରୁ ଆସିଥିବା ମହିଳା ସଂକୀର୍ତ୍ତନ ଦଳ ଯୋଗଦେଇ ନାମସଂକୀର୍ତ୍ତନ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରିଥିଲେ। ସକାଳ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ।

ପୂଜାର ସଫଳ ଆୟୋଜନରେ ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ପାତ୍ର, ଈଶ୍ୱରୀ ପାତ୍ର, ଗୌରାଙ୍ଗ ପାତ୍ର, ରଞ୍ଜିତା ପାତ୍ର, ଭରତ ଚନ୍ଦ୍ର ପାତ୍ର ଓ ପୁଷ୍ପାଞ୍ଜଳୀ ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସେହିପରି ଆଗନ୍ତୁକ ଭକ୍ତ ଓ ଅତିଥିମାନଙ୍କ ଆତିଥ୍ୟ ସତ୍କାର ଦାୟିତ୍ୱକୁ ସତ୍ୟବତୀ ପାତ୍ର, କ୍ଷିତୀଶ, ଦିସ୍ମିତା, ମାଧବ, ଦିପେଶ, ଦୀପଶିଖା, କ୍ରୀତ୍ତିକା ଓ ଜୟାନ୍ସ ପାତ୍ର ସୁଚାରୁ ରୂପେ ତୁଲାଇଥିଲେ।

ଗ୍ରାମବାସୀଙ୍କ ସାମୂହିକ ସହଯୋଗ, ଶ୍ରଦ୍ଧା ଓ ଭକ୍ତିଭାବ ମଧ୍ୟରେ ପ୍ରଥମ ବାର୍ଷିକ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଶାନ୍ତିପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande