ଭଦ୍ରକ ଅଟୋନମସ୍ କଲେଜ ପରିସରରେ ପ୍ରତିଷ୍ଠା ହେବ ପୋଲିସ ସହାୟତା କେନ୍ଦ୍ର, କଲେଜର ସୁରକ୍ଷା ବ୍ୟବସ୍ଥାକୁ ମିଳିବ ନୂଆ ଦିଗ
ଭଦ୍ରକ, ୨୬ ନଭେମ୍ବର (ହି.ସ.) - ଭଦ୍ରକ ଅଟୋନମସ୍ କଲେଜ ପାଇଁ ଆଜି ଏକ ସ୍ମରଣୀୟ ଦିବସ। କଲେଜ ପରିସରରେ ଏକ ପୋଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କଲେଜର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ ଏବଂ ଭଦ୍ରକର ମାନ୍ୟବର ଆରକ୍ଷୀ ଅଧୀକ୍ଷକ ଙ୍କ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହ
BHADRAK COLLEGE POLICE HELP CENTRE


ଭଦ୍ରକ, ୨୬ ନଭେମ୍ବର (ହି.ସ.) - ଭଦ୍ରକ ଅଟୋନମସ୍ କଲେଜ ପାଇଁ ଆଜି ଏକ ସ୍ମରଣୀୟ ଦିବସ। କଲେଜ ପରିସରରେ ଏକ ପୋଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ କଲେଜର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ ଏବଂ ଭଦ୍ରକର ମାନ୍ୟବର ଆରକ୍ଷୀ ଅଧୀକ୍ଷକ ଙ୍କ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ କଲେଜର ପ୍ରଶାସନିକ ବର୍ସାର ଡ. ଏଲ୍. କେ. ନାୟକ ଏବଂ ସହଯୋଗୀ ପ୍ରଶାସନିକ ବର୍ସାର ଡ. ସଞ୍ଜୟ କୁମାର ଦତ ଉପସ୍ଥିତ ଥିଲେ। କଲେଜ ପରିସରରେ ପୋଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଅନ୍ୟାନ୍ୟ ଅଧ୍ୟୟନରତଙ୍କ ସୁରକ୍ଷା ଓ ନିରାପତା ସୁନିଶ୍ଚିତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ବିଶେଷକରି ଶୈକ୍ଷିକ ପରିବେଶକୁ ଅଧିକ ସୁରକ୍ଷିତ, ଶୃଙ୍ଖଳିତ ଓ ଛାତ୍ରଛାତ୍ରୀ ଅନୁକୂଳ କରିବା ସହ କୌଣସି ଅପ୍ରୀତିକର ପରିସ୍ଥିତିରେ ତ୍ୱରିତ ପୋଲିସ ସହାୟତା ଉପଲବ୍ଧ କରାଇବାରେ ଏହି ବ୍ୟବସ୍ଥା ସହାୟକ ହେବ। କଲେଜର ସାମଗ୍ରିକ ବିକାଶ ସହିତ ଶିକ୍ଷାନୁଷ୍ଠାନର ସୁରକ୍ଷା ଓ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦେଇ ଅଧ୍ୟକ୍ଷଙ୍କ ଏହି ପଦକ୍ଷେପକୁ କଲେଜ ମହଲରେ ସ୍ୱାଗତ କରାଯାଇଛି। ଏହି ଉଦ୍ୟମ ଭଦ୍ରକ ଅଟୋନମସ୍ କଲେଜର ସୁରକ୍ଷିତ ଓ ସୁସ୍ଥ ଶୈକ୍ଷିକ ପରିବେଶ ଗଠନ ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande