ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ବିବାଦ ସମାଧାନ
ନ ହେବା ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର, 26 ନଭେମ୍ବର (ହି.ସ.) : କୋଟିଆ ସମସ୍ୟାର ସମାଧାନ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଆସନ୍ତା ଡିସେମ୍ବର ୨ ତାରିଖରେ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରୁଥିବାବେଳେ ଓଡ଼ିଶା ସରକାରଙ୍କ ନିରବତା ରାଜ୍ୟର ସ୍ୱାଭ
ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ବିବାଦ ସମାଧାନ
ନ ହେବା ଦୁର୍ଭାଗ୍ୟଜନକ: ବିଜେଡି


ଭୁବନେଶ୍ୱର, 26 ନଭେମ୍ବର (ହି.ସ.) : କୋଟିଆ ସମସ୍ୟାର ସମାଧାନ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଆସନ୍ତା ଡିସେମ୍ବର ୨ ତାରିଖରେ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରୁଥିବାବେଳେ ଓଡ଼ିଶା ସରକାରଙ୍କ ନିରବତା ରାଜ୍ୟର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ଅପମାନ ବୋଲି କହିଛି ଦଳ।

ଏକ ପ୍ରେସ ବିବୃତିରେ ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅକ୍ଟୋବର ୧୯ ଓ ନଭେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁଇଟି ଚିଠି ଲେଖି ସତର୍କ କରିଥିଲେ। ଆନ୍ଧ୍ରର ନିର୍ବାଚନୀ ପଦକ୍ଷେପ ଓ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ବଢୁଥିବା ଉତ୍ତେଜନାକୁ କେନ୍ଦ୍ର ସରକାର ଏବଂ ଆନ୍ଧ୍ର ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଉଠାଇବାକୁ ସେ ପରାମର୍ଶ ଦେଇଥିଲେ।

ଡ. ମହାନ୍ତି ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଦୃଢ଼ ଆଭିମୁଖ୍ୟ ରଖୁଥିବା ବିଜେପି ସରକାରକୁ ଆସିବା ପରେ ଏହାର ସମାଧାନ ପାଇଁ ଆବଶ୍ୟକ ଆନ୍ତରିକତା ଦେଖାଉନାହିଁ। ୨୦୨୪ ନିର୍ବାଚନ ଇସ୍ତାହାରରେ କୋଟିଆ ସମସ୍ୟାର ସମାଧାନ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ ହୋଇନାହିଁ।

ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ସହଯୋଗୀ ଦଳ ହୋଇଥିବାରୁ ଏହି ରାଜନୈତିକ ସମୀକରଣ କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ନିଷ୍କ୍ରିୟତାର କାରଣ ବୋଲି ସେ ଅଭିଯୋଗ କରିଛନ୍ତି।

କୋଟିଆରେ ଆନ୍ଧ୍ରର ସମସ୍ତ ନିର୍ବାଚନୀ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବା ସହ ସୁପ୍ରିମକୋର୍ଟରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଡ. ମହାନ୍ତି ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ଓଡ଼ିଶାର ସୀମା ସୁରକ୍ଷା ଓ ରାଜ୍ୟର ସ୍ୱାଭିମାନ ରକ୍ଷା କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande