
ଭୁବନେଶ୍ୱର, ୨୬ ନଭେମ୍ବର(ହି.ସ) - ଭୁବନେଶ୍ୱରରେ ନାଗରିକ ସେବାର ମାନ ବୃଦ୍ଧି ଓ ସହରର ସୁପରିଚାଳନାକୁ ଗୁରୁତ୍ୱ ଦେଇ ଗୁରୁବାର ସକାଳେ ବିଏମ୍ସି କମିଶନର ଚଂଚଳ ରାଣା ୨୫, ୪୭ ଓ ୫୨ ନମ୍ବର ୱାର୍ଡ ପରିଦର୍ଶନ କରି ବିଭିନ୍ନ ନାଗରିକ ସେବା ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି।
ଏହି ପରିଦର୍ଶନ ସମୟରେ ଜୋନାଲ ଡେପୁଟି କମିଶନର, ଡେପୁଟି କମିଶନର (ସାନିଟେସନ), ସ୍ଥାନୀୟ କର୍ପୋରେଟର, ଆସିଷ୍ଟାଂଟ କମିଶନର (ସାନିଟେସନ) ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
ପରିଦର୍ଶନ ଅବସରରେ ୱାର୍ଡଗୁଡ଼ିକର ପରିମଳ ବ୍ୟବସ୍ଥା, ଚାଲୁ ରହିଥିବା ଉନ୍ନୟନମୂଳକ କାର୍ଯ୍ୟ, ପାର୍କର ରକ୍ଷଣାବେକ୍ଷଣ, ରାସ୍ତାଘାଟର ସ୍ଥିତି ଏବଂ ଜବରଦଖଲ ସମ୍ପର୍କିତ ସମସ୍ୟାଗୁଡ଼ିକର ସମୀକ୍ଷା କରାଯାଇଥିଲା। କମିଶନର ନିଜେ ବିଭିନ୍ନ ସ୍ଥାନ ବୁଲି କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରିଥିଲେ।
ସହରବାସୀଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇଦେବା ସହ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ସହରାଂଚଳ ପରିଚାଳନାରେ ଥିବା ସମସ୍ୟାର ସମାଧାନ ଏହି କ୍ଷେତ୍ର ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା