



ସମ୍ବଲପୁର, ୨୬, ନଭେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ଉଚ୍ଛେଦ ପୂର୍ବରୁ ପ୍ରତିରୋଧ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକସନ୍ ଅଫିସର ସରିତା ଦାସ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ ସରୋଜ ବେହେରା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ମତ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସମସ୍ତଙ୍କ ଭୂମିକା ସମ୍ପର୍କ ରେ ଅବଗତ କରିଥିଲେ। ତାରାବତି ପ୍ରଧାନ ଡି.ଏସ୍.ପି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ପୋଲିସର ଭୂମିକା ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସଂଯୋଜିକା ଏଡଏଟ୍ଏକ୍ସନ ପକ୍ଷରୁ ସୁନୀତା ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ଯୋଗ ଦେଇ ବାଲ୍ୟ ବିବାହ ଅଧିନିୟମ ୨୦୦୬ ସମ୍ବନ୍ଧ ରେ ତାଲିମ ପ୍ରଦାନ କରିଥିଲେ। ଛୋଟେଲାଲ ସାହୁ ଜିଲ୍ଲା ସଂଯୋଜକ ହବ୍ ବାଲ୍ୟବିବାହ ମୁକ୍ତ ଭାରତ ପୋର୍ଟାଲ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲର ୱାର୍ଡେନ ମେଟ୍ରନ ଆଦି ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମର ଆୟୋଜନ ରେ ହବ୍ର କର୍ମକର୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁଚରିତା ମେହେର ହବ୍ ଜେଣ୍ଡର ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ