ଆଇଡିଏସ୍ ଓ କୋଲଗେଟ୍ ପକ୍ଷରୁ ଏକାଡେମିକ୍ ଏନ୍ଗେଜମେଂଟ ଓ ମେରିଟ୍ ଆୱାର୍ଡ କାର୍ଯ୍ୟକ୍ରମ ଆୟୋଜିତ
Bhubaneswar, 26 ନଭେମ୍ବର (ହି.ସ.) ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଓ କୋଲଗେଟ୍-ପାମୋଲିଭ୍ ଇଣ୍ଡି
ଆଇଡିଏସ୍ ଓ କୋଲଗେଟ୍ ପକ୍ଷରୁ ଏକାଡେମିକ୍ ଏନ୍ଗେଜମେଂଟ ଓ ମେରିଟ୍ ଆୱାର୍ଡ କାର୍ଯ୍ୟକ୍ରମ ଆୟୋଜିତ


Bhubaneswar, 26 ନଭେମ୍ବର (ହି.ସ.)

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଓ କୋଲଗେଟ୍-ପାମୋଲିଭ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ଏକାଡେମିକ୍ ଏନ୍ଗେଜମେଂଟ କାର୍ଯ୍ୟକ୍ରମ ଓ କୋଲଗେଟ୍ ମେରିଟ୍ ଆୱାର୍ଡ ପ୍ରଦାନ ସମାରୋହ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଦୁଇଟି ଶିକ୍ଷାଭିତିକ ବକ୍ତୃତା ଆୟୋଜିତ ହୋଇଥିଲା । ହଲ୍ଦିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚର ପିରିଓଡଂଟିକ୍ସ ବିଭାଗର ଡାକ୍ତର ନେହା ପ୍ରୀତମ୍ ‘ଏମ୍ପାୱାରିଂ ପେସେଂଟସ୍ ଫର୍ ଲାଇଫଲଙ୍ଗ ପିରିଓଡଂଟିକ୍ସ ୍ ହେଲ୍ଥ’ ଶୀଷର୍କ ବିଷୟରେ ଆଲୋକପାତ କରି ଦାନ୍ତ ଓ ମାଢ଼ିର ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଏବଂ ରୋଗୀଙ୍କୁ ସଚେତନ କରିବାର ଗୁରୁତ୍ୱ ସଂର୍ପକରେ କହିଥିଲେ ।

ସେହିପରି କୋଲଗେଟ୍-ପାମୋଲିଭ୍ର ସାଇଂଟିଫିକ୍ ଆଫେୟାର୍ସ (ସାଉଥ୍)ର ଡାକ୍ତର ସୋର୍ଣ୍ଣା ନାଗରାଜନ୍ ‘ଦି ଆର୍ଟ ଅଫ୍ କଷ୍ଟମ୍ ରେଜିମେନ୍: ବିୟଣ୍ଡ ବ୍ରଶିଂ ଆଣ୍ଡ ଫ୍ଲସିଂ’ ଶୀର୍ଷକ ବିଷୟରେ ଆଲୋଚନା କରି ଦୈନନ୍ଦିନ ଦାନ୍ତ ଘଷିବା ଓ ଫ୍ଲସିଂ ବ୍ୟତୀତ ବ୍ୟକ୍ତିଗତ ଆବଶ୍ୟକତା ଅନୁସାରେ ମୁଖ ଗହ୍ୱରର ଯତ୍ନ ନେବାର ବିଭିନ୍ନ ଉପାୟ ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ଅବସରରେ ଆଇଡିଏସ୍ର ବିଡିଏସ୍ ଓ ଏମ୍ଡିଏସ୍ ପାଠ୍ୟକ୍ରମର ୧୭ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ନିମନ୍ତେ କୋଲଗେଟ୍ ମେରିଟ୍ ଆୱାର୍ଡ ଅନ୍ତର୍ଗତ ପୁରସ୍କାର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଆଇଡିଏସ୍ର ଡିନ୍ ପ୍ରଫେସର (ଡାକ୍ତର ) ରୁଚି ଭୂୟାଁ, ଆସୋସିଏଟ୍ ଡିନ୍ ଡାକ୍ତର ଅଭିଜିତା ମହାପାତ୍ର ଏବଂ ଓରାଲ୍ ମେଡିସିନ୍ ଆଣ୍ଡ ରେଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସନତ କୁମାର ଭୂୟାଁ ପରିଚାଳନା କରିଥିଲେ ।

ଏହି ଅବସରରେ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ କୋଲଗେଟ୍-ପାମୋଲିଭ୍ର ଏକାଡେମିକ୍ ସହଯୋଗ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସ୍ୱୀକୃତି ପ୍ରଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ସାଂପ୍ରତିକ ବୈଜ୍ଞାନିକ ଜ୍ଞାନକୁ ଚିକିତ୍ସା କ୍ଷେତ୍ରର ବ୍ୟବହାରିକ ଅଭିଜ୍ଞତା ସହ ଯୋଡ଼ିବା ସହ ଭବିଷ୍ୟତର ଦନ୍ତ ଚିକିତ୍ସକମାନଙ୍କ ବୃତିଗତ ଦକ୍ଷତା ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ସେ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande