
କେନ୍ଦୁଝର, 26 ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ସ୍ଥିତ ଗୁରୁକୁଳ ଶିଷ୍ୟା ଠାରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସମ୍ମାନିତ ଅତିଥି ଭାବେ ଢେଙ୍କିକୋଟ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ସୁବୁଦ୍ଧି, ଶ୍ରୀ ଗୁରୁକୁଳ ଶିଷ୍ୟା ଢେଙ୍କିକୋଟର ନିର୍ଦ୍ଦେଶକ ଦେବୀପ୍ରସାଦ ବାରିକ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ନିରୁପମା ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି ବିଜ୍ଞାନ ମେଳା ର ବିଚାରକ ଭାବରେ ଶ୍ରୀ ଗୁରୁକୁଳ ମଡେଲ ସ୍କୁଲର ବିଜ୍ଞାନ ଶିକ୍ଷକ ନରେନ୍ଦ୍ର କୁମାର ମହାନ୍ତ ଓ ଶ୍ରୀ ଗୁରୁକୁଳ ଇଂଲିଶ ମିଡିଅମ ସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ମହାନ୍ତ ଥିଲେ। ବିଦ୍ୟାଳୟ ର ଲିପିକା ସାହୁ, ଝୁନାମଣି ମହାକୁଡ଼,ନମିତା ଗିରି, ଶୁଭସ୍ମିତା ସାହୁ, ଗୌରୀରାଣୀ ଗିରି, ମିନୁ ନାୟକ, ତେଜସ୍ଵୀନି ପହି ବିଜ୍ଞାନ ମେଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA