ବ୍ରହ୍ମଗିରି କଙ୍କାଳ ଉଦ୍ଧାର ଘଟଣା : ସାମାନ୍ୟ ବଚସାକୁ କେନ୍ଦ୍ର କରି ବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଗିରଫ
ପୁରୀ, ୨୬ ନଭେମ୍ବର (ହି.ସ.)- ପ୍ରାୟ ଏକ ମାସ ପୂର୍ବେ ଗଡ଼ରୋଡ଼ଙ୍ଗ ଗ୍ରାମରେ ଘଟିଥିବା କୃଷ୍ଣ ବଢ଼େଇ ଓରଫ କୁଶ ଓରଫ କୁଶିଆଙ୍କ ହତ୍ୟାକାଣ୍ଡର ତଦନ୍ତରେ ବ୍ରହ୍ମଗିରି ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମୃତକଙ୍କ ଦୁଇ ଜଣ ବନ୍ଧୁଙ୍କୁ ପୋଲିସ ଗିରଫ
ବ୍ରହ୍ମଗିରି କଙ୍କାଳ ଉଦ୍ଧାର ଘଟଣା: ସାମାନ୍ୟ ବଚସାକୁ କେନ୍ଦ୍ର କରି ବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଗିରଫ


ପୁରୀ, ୨୬ ନଭେମ୍ବର (ହି.ସ.)- ପ୍ରାୟ ଏକ ମାସ ପୂର୍ବେ ଗଡ଼ରୋଡ଼ଙ୍ଗ ଗ୍ରାମରେ ଘଟିଥିବା କୃଷ୍ଣ ବଢ଼େଇ ଓରଫ କୁଶ ଓରଫ କୁଶିଆଙ୍କ ହତ୍ୟାକାଣ୍ଡର ତଦନ୍ତରେ ବ୍ରହ୍ମଗିରି ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମୃତକଙ୍କ ଦୁଇ ଜଣ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି।

ଗତ ୨୧.୧୧.୨୦୨୬ ତାରିଖରେ ଏକ ମାନବ କଙ୍କାଳ ଉଦ୍ଧାର ହେବା ପରେ ବ୍ରହ୍ମଗିରି ଥାନାରେ ଅପମୃତ୍ୟୁ ମାମଲା ନଂ ୪୨/୨୬ ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତକଙ୍କ ମା’ ରଙ୍ଗଲତା ବଢ଼େଇଙ୍କ ଅଭିଯୋଗ ଆଧାରରେ ବ୍ରହ୍ମଗିରି ଥାନା କେସ୍ ନଂ ୬୧୦/୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ମଦ୍ୟପାନ ଏବଂ ଅଭିଯୁକ୍ତଙ୍କ ଭାଗର ମାଂସକୁ ମୃତକ ଖାଇଦେବା ଘଟଣାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବଚସା ହତ୍ୟାକାଣ୍ଡର ରୂପ ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତମାନେ ଏକ କଟୁରୀ ସାହାଯ୍ୟରେ କୃଷ୍ଣ ବଢ଼େଇଙ୍କୁ ହତ୍ୟା କରିବା ପରେ ଅପରାଧକୁ ଲୁଚାଇବା ଉଦ୍ଦେଶ୍ୟରେ ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଛେତ ଓରଫ ହେମନ୍ତ କୁମାର ନାୟକ, ଚନ୍ଦନ ନାୟକ, ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କଟୁରୀ ଯାହା ଅଭିଯୁକ୍ତ ଛେତ ଓରଫ ହେମନ୍ତ କୁମାର ନାୟକଙ୍କ ସୂଚନା ଆଧାରରେ ତଦନ୍ତକାରୀ ଅଧିକାରୀ ଉକ୍ତ ଅସ୍ତ୍ରକୁ ଉଦ୍ଧାର କରି ଜବତ କରିଛନ୍ତି। ଗୋଟିଏ ମୋବାଇଲ୍ ନିରନ୍ତର ତଦନ୍ତ, ବୈଜ୍ଞାନିକ ପ୍ରମାଣର ସୂକ୍ଷ୍ମ ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ବ୍ରହ୍ମଗିରି ପୋଲିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହ ଉଭୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ ପ୍ରମାଣ ସଂଗ୍ରହ କରି ସେମାନଙ୍କୁ ଗିରଫ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ମଦ୍ୟପାନ, କ୍ଷଣିକ କ୍ରୋଧ ଓ ଅସହିଷ୍ଣୁତା କିପରି ଏକ ସାମାନ୍ୟ ବଚସାକୁ ହତ୍ୟାକାଣ୍ଡରେ ପରିଣତ କରି ଏକ ଅମୂଲ୍ୟ ଜୀବନ ନେଇପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ। ଅପରାଧର ରହସ୍ୟ ଉନ୍ମୋଚନ, ଅପରାଧୀଙ୍କୁ ଆଇନର ପରିସରଭୁକ୍ତ କରିବା ଏବଂ ଆଇନର ଶାସନ ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସଦା ପ୍ରତିଶ୍ରୁତିବଦ୍ଧ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande