ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧, ମାଲକାନଗିରିରେ ସମ୍ବିଧାନ ଦିବସ ପାଳିତ
ମାଲକାନଗିରି , ୨୬ ନଭେମ୍ବର (ହି.ସ.)ମାଲକାନଗିରିସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧ ପରିସରରେ ଆଜି ରଞ୍ଜନ କୁମାର ସ୍ୱାଇଁ, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ୱାଇ. ଶ୍ରୀନିବାସ ରାଓଙ୍କ ଗରିମାମୟ ଉପସ୍ଥିତିରେ ସମ୍ବିଧାନ ଦିବସ ମହାସମାରୋହରେ
ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧, ମାଲକାନଗିରିରେ ସମ୍ବିଧାନ ଦିବସ ପାଳିତ


ମାଲକାନଗିରି , ୨୬ ନଭେମ୍ବର (ହି.ସ.)ମାଲକାନଗିରିସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧ ପରିସରରେ ଆଜି ରଞ୍ଜନ କୁମାର ସ୍ୱାଇଁ, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ୱାଇ. ଶ୍ରୀନିବାସ ରାଓଙ୍କ ଗରିମାମୟ ଉପସ୍ଥିତିରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି. ଆର୍. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ସମ୍ବିଧାନର ମହତ୍ତ୍ୱ ଉପରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହ ସମସ୍ତେ ମିଳିତ ଭାବେ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ।

ଉପସ୍ଥିତ ଅତିଥିମାନେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ମୌଳିକ ଅଧିକାର ଓ କର୍ତ୍ତବ୍ୟ ତଥା ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ନିଜର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ମହାନ ଆଦର୍ଶକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଶ୍ରୀଦେବୀ ଆଚାର୍ଯ୍ୟ (ପିଜିଟି, ଅର୍ଥନୀତି), ରମନଦୀପ ସିଂ (ଟିଜିଟି, ହିନ୍ଦୀ) ଏବଂ ଜୟନ୍ତ ନାୟକ (ପିଜିଟି, ଭୂଗୋଳ) ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ରହିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande