ସମ୍ବିଧାନ ଦିବସ ପାଳିତ, ବକ୍ତୃତାରେ କୃତୀ ପ୍ରତିଯୋଗୀ ପୁରସ୍କୃତ
Constitution Day Celebration in Phulbani
ଫୋଟ


କନ୍ଧମାଳ, ୨୬ ନଭେମ୍ବର (ହି.ସ.) - କନ୍ଧମାଳ ଜିଲ୍ଲା ପକ୍ଷରୁ ଗୁରୁବାର ସ୍ଥାନୀୟ କନ୍ଧମାଳ ନର୍ସିଂ କଲେଜ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଶିକ୍ଷା ବିଭାଗ ଅଧିକାରୀ ନବକିଶୋର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବିଧାନର ମହତ୍ୱ, ମୌଳିକ ଅଧିକାର ଓ ନାଗରିକଙ୍କ କର୍ତବ୍ୟ ସମ୍ପର୍କରେ ଯୁବପିଢ଼ିଙ୍କୁ ଅବଗତ କରାଇଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପୂର୍ଣ୍ଣେନ୍ଦୁ ତ୍ରିପାଠୀ, କନ୍ଧମାଳ ନର୍ସିଂ କଲେଜ ଅଧ୍ୟକ୍ଷା ଡ. କମଳା ଦେଇ, ଡ. ସଂଗ୍ରାମ କେଶରୀ ପଣ୍ଡା, ଅଧ୍ୟାପିକା ମିତାଞ୍ଜଳି ରଥ, ଝରଣା ପଟ୍ଟନାୟକ, ରୂପଶ୍ରୀ ଦାସ, ନିବେଦିତା ପଟ୍ଟନାୟକ, ୟୁଥ୍ ଆଇକନ୍ ଗୋଲକ ପ୍ରଧାନ ଓ କ୍ରୀଡ଼ାବିତ୍ ରଞ୍ଜନ କୁମାର ବିନ୍ଧାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଯୁବକଯୁବତୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ସମୀକ୍ଷା ପ୍ରିୟଦର୍ଶନ ସାହୁ ପ୍ରଥମ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ଦ୍ୱିତୀୟ ଓ ମେଘନା ମାଟଗଜ ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ। ମାଇ ଭାରତ କନ୍ଧମାଳର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ଓ ଉପସ୍ଥିତ ଯୁବପିଢ଼ିଙ୍କୁ ସ୍ୱାଗତ କରିଥିବା ବେଳେ ନିବେଦିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande