କଦମପଡା ଶିଶୁମନ୍ଦିରରେ “ସମ୍ବିଧାନ ଦିବସ”ପାଳିତ
ବଲାଙ୍ଗିର, 26 ନଭେମ୍ବର (ହି.ସ.) ଆଜି ବଲାଙ୍ଗୀରସ୍ଥ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ସମ୍ବିଧାନ ଦିବସ’ପାଳନ ବିଦ୍ୟାଳୟର ଉପ ସଭାପତି ରଵିନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ପାଳନ କରା ଯାଇଛି । ଏଥେରେ ମୁଖ୍ୟ ଅତିଥି ରୂପେ ମହିଳା ମହା ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକ
କଦମପଡା ଶିଶୁମନ୍ଦିରରେ “ସମ୍ବିଧାନ ଦିବସ”ପାଳିତ


କଦମପଡା ଶିଶୁମନ୍ଦିରରେ “ସମ୍ବିଧାନ ଦିବସ”ପାଳିତ


ବଲାଙ୍ଗିର, 26 ନଭେମ୍ବର (ହି.ସ.) ଆଜି ବଲାଙ୍ଗୀରସ୍ଥ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ସମ୍ବିଧାନ ଦିବସ’ପାଳନ ବିଦ୍ୟାଳୟର ଉପ ସଭାପତି ରଵିନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ପାଳନ କରା ଯାଇଛି । ଏଥେରେ ମୁଖ୍ୟ ଅତିଥି ରୂପେ ମହିଳା ମହା ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସୂଚିତା ଦୋରା ଯୋଗ ଦେଇଥିଲେ । ଅତିଥି ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ ସହ-ପ୍ରଧାନାଚାର୍ଯ୍ୟ ତ୍ରିନାଥ କୁଅଁର କରିଥିଲେ । ସମବେତ ସଙ୍ଗୀତ ଛାତ୍ରୀ ଝିନି ସେଠ, ରୁହିପ୍ରଜ୍ଞା ନାଏକ,ଆଲିଶା ବାଗ, ଲଭଲୀ ସାହୁ, ଅନ୍ବେଷା ମେର୍ଲ୍ଲୀ,ପ୍ରିୟାଂଶି ସାଏ,ଆରୋହି ଜାଲ, ଯୁଗେଶ୍ବର ନେଗୀ ଗାନ କରିଥିଲେ । ଅତିଥିଙ୍କୁ ଉପ ସଭାପତି ସମ୍ବର୍ଦ୍ଧନା କରିଥିଲେ । ସଂଯୋଜନା ଗୁରୁମା ଭାରତୀ ସାହୁ କରିଥିଲେ । ଗୁରୁଜୀ ବକ୍ତା ରୂପେ ଦିଲୀପ ନାଏକ ସମ୍ବିଧାନର ଇତିହାସ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି କହିଲେ ଯେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ସମସ୍ତଙ୍କୁ ଯାହା ସମ୍ବିଧାନ ଦେଇଛି, ତାହା ପାଳନ ହେବା ଉଚିତ । ଉପ ସଭାପତି ନିଜର ଆର୍ଶିବଚନ ପ୍ରଦାନ କରିଥିଲେ । ଶେଷରେ ସଂପାଦକ ତରଣୀ ସେନ ପଟେଲ ଧନ୍ୟବାଦ ଦେଇଥିଲେ । ଏହିପରି ଗୁରୁଜୀ ଶଶିଭୁଷଣ ପଶାୟତଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମଟି ସଫଳତା ରୂପେ ସମାପ୍ତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande