
ଖୋର୍ଦ୍ଧା, 26 ନଭେମ୍ବର (ହି.ସ.) ଜିଲ୍ଲା ପରିଷଦ ନୂତନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ, ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ ନିଜ ଉଦବୋଧନରେ ସମ୍ବିଧାନ ମୂଲ୍ୟବୋଧ କୁ ବୁଝିବା ଓ ଅନୁସରଣ କରିବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ଅଭିହିତ କରି ଜୀବନରେ ଅନ୍ୟକୁ ସାହାଯ୍ୟ କରିବା ଆମ ସାମ୍ବିଧାନିକ ମୂଲ୍ୟବୋଧର ଏକ ଅଂଶ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ଯୋଗଦେଇ ସମ୍ବିଧାନ ଦିବସର ଶପଥ ପାଠ କରାଇଥିଲେ l ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ କୈଳାସ ଚନ୍ଦ୍ର ଦାସ କହିଲେ ସମ୍ବିଧାନ ଦିବସ କୁ ସରକାରୀ ଏବଂ ବ୍ୟକ୍ତିଗତ ଜୀବନରେ ଏହାର ମହାନ୍ ରୀତିନୀତି ଓ ସାର୍ବଭୌମତ୍ୱ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପାଳନ କରିବା ଏବଂ ସୁନ୍ଦର୍ ଜୀବନ ଓ ସୁନ୍ଦର୍ ସମାଜ ତଥା ଦେଶ ଗଠନ କରିବାକୁ ଗୁରୁତ୍ୱାରୋପ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ସମ୍ବିଧାନ ଦିବସ ସହ ଆଜି ମଧ୍ୟ ରାଷ୍ରୀୟ ଆଇନ ଦିବସ ପାଳିତ ହେଉଅଛି l ଆମର ସମ୍ବିଧାନ ନୀତିନିୟମ ସର୍ବୋତ୍ତମ ଆଇନ ଗ୍ରନ୍ଥ l ଭାରତର ସମ୍ବିଧାନ ଗଣତନ୍ତ୍ରର ବୃହତ୍ ସମ୍ବିଧାନ ଅଟେ, ମାନବ ଠାରୁ ଆରମ୍ଭ କରି ସମସ୍ତ ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଆମ ପବିତ୍ର ସମ୍ବିଧାନ କୁ ସମସ୍ତେ ପଢ଼ିବା ଓ ବୁଝିବା ଦରକାର ବୋଲି ଉତ୍ଥାପନ କରି ପ୍ରତ୍ୟେକ ବ୍ୟକ୍ତି ସମ୍ବିଧାନକୁ ଓ ଗଣତନ୍ତ୍ରକୁ ତଥା ପ୍ରକୃତିକୁ ସମ୍ମାନ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ ଯୋଗଦେଇ କହିଲେ ଭାରତର ଗାରିମା ମୟ ଇତିହାସ ହେଉଛି ଯାହା ଗଣତନ୍ତ୍ର, ସାମାଜିକ ମୂଲ୍ୟବୋଧ ଏବଂ ସାର୍ବଭୌମତ୍ୱ କୁ ସମ୍ମାନ ଜଣାଇ ଆମେ ସଦାସର୍ବଦା ଆମ ସମ୍ବିଧାନକୁ ସମ୍ମାନ ଦେବାକୁ ସ୍ପଷ୍ଟୋକ୍ତି ପ୍ରଦାନ କରିଥିଲେ l ସମାରୋହରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପକ୍ଷରୁ ସଭାପତି ମୁଖ୍ୟ ଅତିଥି, ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ଚାରାକୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସମାରୋହରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପରିଷଦ କାର୍ଯ୍ୟାଳୟର ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ ଜୋନ ସଦସ୍ୟା ଓ ସଦସ୍ୟ ଏବଂ ସମସ୍ତ କର୍ମଚାରୀ ଯୋଗଦେଇ ଥିଲେ l।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ