ଦେଶି ମଦ ଚାଲାଣ ବେଳେ ଚଢାଉ, ଜଣେ ଗିରଫ
ଜୟପୁର, ୨୬ ନଭେମ୍ବର (ହି.ସ.) - ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ପକ୍ଷରୁ ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ମୁଳାସର ଗ୍ରାମର ସୁନାଧର ହରିଜନ । ଏକ ବାଇକରେ ଦେଶି ମଦ ଚାଲାଣ ସୂଚନା ପାଇ ଅବକାରି ଥାନା ଚଢାଉ କରି ୩୬ ଲିଟର ଦେଶି ମ
ଦେଶି ମଦ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୨୬ ନଭେମ୍ବର (ହି.ସ.) - ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ପକ୍ଷରୁ ଆଜି ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ମୁଳାସର ଗ୍ରାମର ସୁନାଧର ହରିଜନ । ଏକ ବାଇକରେ ଦେଶି ମଦ ଚାଲାଣ ସୂଚନା ପାଇ ଅବକାରି ଥାନା ଚଢାଉ କରି ୩୬ ଲିଟର ଦେଶି ମଦ ଓ ବାଇକ କୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande