ମହେଶ୍ଵର ସାହୁଙ୍କ ନେତୃତ୍ଵରେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଲେ ଡିଏଲପିସି ପ୍ରତିନିଧି
ପଟ୍ଟାମୁଣ୍ଡାଇ, ୨୬ ନଭେମ୍ବର (ହି.ସ.)- ଢେଙ୍କାନାଳ ଜିଲ୍ଲା ଲଇଲାଉ ଠାରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଡିଏଲପିସି ଚାଷୀ ପ୍ରତିନିଧି ଓ ସଦସ୍ୟମାନେ। ପୂର
Mantrinku swagat


ପଟ୍ଟାମୁଣ୍ଡାଇ, ୨୬ ନଭେମ୍ବର (ହି.ସ.)- ଢେଙ୍କାନାଳ ଜିଲ୍ଲା ଲଇଲାଉ ଠାରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଡିଏଲପିସି ଚାଷୀ ପ୍ରତିନିଧି ଓ ସଦସ୍ୟମାନେ।

ପୂର୍ବତନ ରାଜ୍ୟ ସଭାପତି, କୃଷକ ମୋର୍ଚ୍ଚା ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା। କେ.ଏମ.ଏସ.୨୦୨୬-୨୭ ବର୍ଷ ପାଇଁ ମନ୍ତ୍ରୀଙ୍କ ଡି.ଓ. ନମ୍ବର. ୧୮୯୭, ଅନୁସାରେ ରାଜ୍ୟର ୧୭ଟି ଜିଲ୍ଲାର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲପିସି) ରେ ନବ ମନୋନୀତ ଚାଷୀ ପ୍ରତିନିଧି ସଦସ୍ୟମାନଙ୍କୁ ମନୋନୀତ କରାଯାଇଥିଲା। ଏହି ମନୋନୟନ ପରେ ସମସ୍ତ ସଦସ୍ୟ ଶ୍ରୀ ସାହୁଙ୍କ ନେତୃତ୍ୱରେ ଲଇଲାଉରେ ଏକାଠି ହୋଇ ମନ୍ତ୍ରୀଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande