
ଭଦ୍ରକ, ୨୬ ନଭେମ୍ବର (ହି.ସ.) - ଭଦ୍ରକ ପଂଚାୟତ ସମିତି ଅଧିନ କଲେଇ ପଂଚାୟତ ରେ ମଧୁବାବୁ ପେନସନ ଯୋଜନା' ଅନ୍ତର୍ଗତ ନୂତନ ଭତା ପ୍ରଦାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଂଚାୟତର ଯୁବନେତା ତାପସ ରାୟ ଓ ମହେନ୍ଦ୍ର ମଳିକଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକର ବ୍ଲକ ପୂର୍ବତନ ଅଧକ୍ଷ ଭାସ୍କର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କଲେଇ ପଂଚାୟତ ନିର୍ବାହୀ ଅଧିକାରୀ କମଳା ନାୟକ, ପଂଚାୟତ ହିସାବ ରକ୍ଷକ ପ୍ରସନ୍ନ କୁମାର ଦତ, କନିଷ୍ଠ ଯନ୍ତ୍ରୀ ମନୋଜ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟଜିତ ବେହେରା ଏବଂ ବ୍ଲକ ସ୍ୱଚ୍ଛ ଅଧିକାରୀ ମାନେ ଯୋଗଦେଇ ନିଜ ଅଭିଭାଷଣରେ ସରକାରଙ୍କ ଏହି ଜନହିତକର ପଦକ୍ଷେପ ଦ୍ୱାରା ସମାଜର ଯୋଗ୍ୟ ଓ ଆବଶ୍ୟକତା ଥିବା ବର୍ଗ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିବା ସହ ସରକାରୀ ଯୋଜନାର ସୁବିଧା ସ୍ୱଚ୍ଛତା ଓ ସଠିକତାର ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କଲେଇ ପଂଚାୟତ କାର୍ଯ୍ୟାଳୟ ରେ ମଧୁବାବୁ ପେନସନ ଯୋଜନା ରେ ମୋଟ ୧୪୦ ଜଣ ଙ୍କୁ ଭତା ବଂଟନ କରାଯାଇଛି।ସେଥିମଧ୍ୟରୁ ୧୨୨ ଟି ବାର୍ଦ୍ଧକ୍ୟ ଭତା ସହ ବିଧବା, ସ୍ୱାମୀ ପରୀତ୍ୟକ୍ତା, ଭିନ୍ନକ୍ଷମ ମିଶି ୧୮ ଟି ଭତା ହିତାଧିକାରୀଙ୍କୁ ବଂଟନ କରାଯାଇଛି ।ଅସହାୟ ତଥା ଆର୍ôଥକ ଅନଗ୍ରସର ବର୍ଗଙ୍କୁ ସାମାଜିକ ସୁରକ୍ଷା ଦେଇ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ଏହି ଯୋଜନାର ଅବଦାନ ଅତ୍ୟନ୍ତ ଉପଯୋଗୀ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ମଂଚରେ ଉପସ୍ଥିତ ଥିବା ପଂଚାୟତ ର ସରପଂଚ ବିଳାସିନୀ ସ୍ୱାଇଁ , ସମିତି ସଭ୍ୟା ଅହଲ୍ୟା ମଳିକ, ଯୁବନେତା ଦୀପକ ନାୟକ,କ୍ଷୀରୋଦ ସେଠି, ତାପସ ରାୟଙ୍କ ସହ ସୁନୀଲ ଲେଙ୍କା ମତ ବ୍ୟକ୍ତ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ