ଜୟପୁର ସିନେ ଜଗତର ଆଉ ଏକ ଦମଦାର ଚଳଚିତ୍ର ଜେଜେ
ଜୟପୁର, ୨୬ ନଭେମ୍ବର (ହି.ସ.)- ଜେଜେ ଓ ନାତୁଣି ମଧ୍ୟରେ ଥିବା ଅନାବିଳ ସ୍ନେହ, ଆପଣପଣିଆ ଓ ପ୍ରତିଶୋଧକୁ ନେଇ ତିଆରି ହୋଇଛି କୋରାପୁଟିଆ ଚଳଚ୍ଚିତ୍ର ଜେଜେ । । ଫିଲ୍ମର ଦମଦାର କାହାଣୀ, ନିର୍ଦ୍ଦେଶନା, କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସଂଗୀତ '' ସମସ୍ତଙ୍କ ମନକୁ ଛୁ
ଜୟପୁର ସିନେ ଜଗତର ଆଉ ଏକ ଦମଦାର ଚଳଚିତ୍ର ଜେଜେ


ଜୟପୁର, ୨୬ ନଭେମ୍ବର (ହି.ସ.)- ଜେଜେ ଓ ନାତୁଣି ମଧ୍ୟରେ ଥିବା ଅନାବିଳ ସ୍ନେହ, ଆପଣପଣିଆ ଓ ପ୍ରତିଶୋଧକୁ ନେଇ ତିଆରି ହୋଇଛି କୋରାପୁଟିଆ ଚଳଚ୍ଚିତ୍ର ଜେଜେ । । ଫିଲ୍ମର ଦମଦାର କାହାଣୀ, ନିର୍ଦ୍ଦେଶନା, କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସଂଗୀତ ' ସମସ୍ତଙ୍କ ମନକୁ ଛୁଇଁଛି । ଦୁଇ ହଜାର ସତେଇଶ ଜାନୁଆରୀ ବାଇଶରେ ୟୁଟ୍ୟୁବରେ ଜେଜେ ଅପଲୋଡ଼ ହେବ ବୋଲି ଏହାର ନିର୍ଦ୍ଦେଶକ ବାବୁଲୁ ହିରୋ କହିଛନ୍ତି । ଏହା ଦର୍ଶକଙ୍କ ଆଶୀର୍ବାଦ ସାଉଁଟିବ ବୋଲି ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି । ସହରର ଏକ ମିନି ଥିଏଟରରେ ଅନୁଷ୍ଠିତ ହୋଇଥିଲା ଏହି ସିନେମା । ଗୋପାଳ ସାମନ୍ତରାୟ, ଅମର ମିଶ୍ର, ବିଶାଳ ପଟ୍ଟନାୟକ, ସନ୍ତୋଷ ଦାସ, ନିରଞ୍ଜନ ପାଣିଗ୍ରାହୀ, ଜିତୁ ମିଶ୍ର, ଲାଲୁ ମିଶ୍ର, ମନୋଜ ପାତ୍ର, ବିଷ୍ଣୁ ପାତ୍ରଙ୍କ ଭଳି ବ୍ୟକ୍ତି ବିଶେଷ ସିନେମାରେ ଅଭିନେତା ଅଭିନେତ୍ରୀଙ୍କୁ ସାଧୁବାଦ ପ୍ରଦାନ କରିଥିଲେ । ସିନେମା ହଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାହାଣୀ ଦର୍ଶକଙ୍କୁ ସିଟରୁ ଉଠିବାକୁ ଦେଇନଥିଲା । ହୁଇସିଲ ଓ ତାଳି ମାଡ଼ାରେ କମ୍ପି ଉଠିଥିଲା ପରିସର । ଭାବପ୍ରବଣ ସିନେଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲା ନିର୍ଦ୍ଦେଶକ ଏବଂ ଲେଖକ ବବୁଲୁ ହିରଙ୍କ ଏହି କାହାଣୀ। ନାତୁଣୀଙ୍କ ସ୍ନେହ ଏହି କାହାଣୀର ମୁଖ୍ୟ ଥିଲା । ପାରିବାରିକ କାହାଣୀକୁ ନେଇ ଆଗକୁ ବଢ଼ିଥିବା ଚଳଚ୍ଚିତ୍ର ଜେଜେ ଓଡ଼ିଆ ମିଡ଼ିଆ ଫିଲ୍ମ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନପ୍ଲେ ଓ ନିର୍ଦ୍ଦେଶନ ଦେଇଥିଲେ ବବୁଲୁ । କାହାଣୀର ମୁଖ୍ୟ ଚରିତ୍ର ରାଘବ ପାଇଁ ଅଭିନୟ କରୁଛନ୍ତି ରବି ପ୍ରସାଦ ପାତ୍ର । ସେ ଜେଜେ ହୋଇଥିବା ବେଳେ ନାତୁଣୀ କିରଣ ଚରିତ୍ରରେ ଅଭିନୟ କରୁଛନ୍ତି ଶିଶୁ କଳାକାର ନିହାରିକା ଜେନା । କିରଣ ସାଇକେଲରେ ଟିଉସନ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ତା'ର ନଫେରିବା ପରଦିନ ସକାଳୁ ତା'ର ମୃତଦେହ ମିଳିବା ପୋଲିସ ତାକୁ ଦୁର୍ଘଟଣାଜନିତ କହିବା ପରିବାରର ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିଲା । ସବୁଠୁ ବେଶି ଆଘାତ ପାଇଥିଲେ ଜେଜେ ରାଘବ । ବିଭିନ୍ନ ଖିଅ ଧରିବା ପରେ ଦୁର୍ଘଟଣା ନୁହେଁ ଏହା ହତ୍ୟା ବୋଲି ସେ ନିଶ୍ଚିତ ହୋଇଥିଲେ । ନାତୁଣୀର ତିନି ହତ୍ୟାକାରୀଙ୍କ ଉପରେ ନେଇଥିବା ପ୍ରତିଶୋଧ ଚଳଚ୍ଚିତ୍ରକୁ ଅଧିକ ରୂଢିମନ୍ତ କରିଛି । ଶେଷ ଦୃଶ୍ୟ ଆକର୍ଷଣୀ ଉପସ୍ଥାପନା ସମସ୍ତଙ୍କ ମନ ଜିଣି ଥିଲା । କିରଣର ବାପା ମା' ତିନି ଖଳନାୟକ, ଗ୍ରାମବାସୀ, ପୋଲିସ ଓ ସହଯୋଗୀର ଭୂମିକା, ନାତୁଣିଙ୍କ ସ୍ନେହ ସମସ୍ତଙ୍କୁ ବାନ୍ଧି ରଖିଥିଲା । ଏବଂ କୋରାପୁଟ ଜିଲ୍ଲାରେ ଏଭଳି ଏକ ସିନେମା ପ୍ରସ୍ତୁତ ହୋଇଥିବାରୁ ସମସ୍ତ ସିନେ କଳାକାର ମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । କାହାଣୀ ମଧ୍ୟରେ ଲୁଚି ରହିଥିଲା ପରିବାର ପ୍ରେମ, ଏବଂ ଜେଜେ, ଜେଜୀଙ୍କୁ ନାତି ନାତୁଣୀଙ୍କ ଠାରୁ ଦୂରେଇ ରଖନ୍ତୁ ନାହିଁ, ସାମାଜିକ ସମ୍ପର୍କ ବଜାୟ ରଖନ୍ତୁ।ସାମାଜିକ ବାର୍ତ୍ତା ଦେଇ ପାରିଛି ଜେଜେ ଚଳ ଚରିତ୍ର।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande