

ବଲାଙ୍ଗିର, ୨୬ ନଭେମ୍ବର (ହି.ସ.) - ରେଲ ସଂଯୋଗୀ କରଣ ଦିଗରେ ବଲାଙ୍ଗିର ଜିଲ୍ଲାପାଇଁ ଆଉ ଏକ ଖୁସି ଖବର । ବହୁପ୍ରତିକ୍ଷିତ ବଲାଙ୍ଗୀର-ଲଖନା ଭାୟା ପାଟଣାଗଡ-ଖପ୍ରାଖୋଲ ରେଳଲାଇନ(୧୦୨କିମି) କୁ କେନ୍ଦ୍ରର ରେଳବିଭାଗ ମଞ୍ଜୁରି ଦେଇଛନ୍ତି । ଫଳରେ ବହୁଦିନ ହେଲା ଦାବି ହୋଇ ଆସୁଥିବା ପ୍ରକଲ୍ପର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏହି ପ୍ରକଲ୍ପ ବଲାଙ୍ଗୀର- ପାଟଣାଗଡ-ଖପ୍ରାଖୋଲ ଉଦ୍ୟାନବନ୍ଧ ଦେଇ ନୂଆପଡାର ଲଖନାକୁ ପହଂଚିବ । ମୋଟ ୧୦୨ କିମି ଲମ୍ବର ଲେଳଲାଇନ ନିର୍ମାଣ ହେଲେ ଭୁବନେଶ୍ୱର ରୁ ରାୟପୁରକୁ ୫ଘଂଟାର ସମୟର ରାସ୍ତା ପ୍ରାୟ ୧୫୦ କିମି କମିଯିବ । କେନ୍ଦ୍ରସରକାର ଓ ଓଡିଶା ସରକାରଙ୍କ ୫୦-୫୦% ଭାଗିଦାରୀରେ ଏହା ନିର୍ମାଣ ହେବ । ରାଜ୍ୟ ସରକାର ଏହି ପ୍ରକଲ୍ପରେ ଯାଉଥିବା ସମସ୍ତ ଘରୋଇଜମି ଅଧିଗ୍ରହଣ କରିବେ ସରକସରୀ ଜମି ମଧ୍ୟ ମାଗଣା ରେ ଯୋଗାଇ ଦେବେ । ଫଳରେ ପ୍ରକଲ୍ପ ରେ ୧୪% ରେଟ ଅଫ ରିଟର୍ଣ୍ଣ ରହିବ । ମାତ୍ର ୧ବର୍ଷ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କାମ ସାରି ପ୍ରକଲ୍ପକାମ ଆଗେଇବାକୁ ପ୍ରସ୍ତାବ କରାଯାଇଛି । କେନ୍ଦ୍ରିୟ ରେଳ ମନ୍ତ୍ରଣାଳୟ ର ଇଷ୍ଟକୋଷ୍ଟ ରେଲୱେ (ନିର୍ମାଣ) ବିଭାଗ ପକ୍ଷରୁ ଏହି ମଞ୍ଜୁରୀନେଇ ଘୋଷଣା କଲାପରେ ବଲାଙ୍ଗୀର ଜିଲ୍ଲା ତଥା ପାଟଣାଗଡ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ରେଳ ପ୍ରକଲ୍ପ ପାଇଁ ପାଟଣାଗଡ ବାସୀ ବହୁବର୍ଷ ହେଲା ଦାବି କରି ଆସୁଥିଲେ । ବଲାଙ୍ଗୀରର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ ଲୋକସଭାରେ ବାରମ୍ବାରଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଶେଷରେ ଏବେ ଏହି ପ୍ରକଲ୍ପର ଘୋଷଣା କରି ସରକାର ଲୋକଙ୍କ ଦାବିକୁ ସମ୍ମାନ ଦିଆ ଯାଇଛି । ଏହି ପ୍ରକଲ୍ପ ଶେଷ ହେଲେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ସମେତ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀକୁ ପର?୍ୟ୍ୟଟକ ଯିବା ଆସିବା ତଥା ରାୟପୁର କୁ ଯିବା ଆସିବା ପାଇଁ ସୁବିଧା ହେବ । ଏହି ପ୍ରକଲ୍ପ ଘୋଷଣାକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,ସାଂସଦ ସଂଗୀତା କୁମାରୀ ସିଂଦେଓ ପୂର୍ବତନ ରାଜ୍ୟସଭା ସାଂସଦ ନିରଂଜନ ବିଶି, ରେଳଲାଇନ ଏକ୍ସନ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ