ବଲାଙ୍ଗିରର ଲିଜା ବାଗ ୫୩ କେଜି ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ
ବଲାଙ୍ଗିର, ୨୬ ନଭେମ୍ବର (ହି.ସ.) - ଗତ ୨୦ ରୁ ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ୭୩ତମ ଓଡିଶା ରାଜ୍ୟ ଭାରୋତଳନ ପ୍ରତିଯୋଗିତା ରେ ପ୍ରଥମଥର ବଲାଙ୍ଗିର ର ଲିଜା ବାଗ ୫୩ କେଜି ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ ଓ କନିଷ୍ଠ ବର୍ଗରେ ରୌପ୍ୟ ପଦକ ପାଇଁ ବଲାଙ୍
ବଲାଙ୍ଗିର ର ଲିଜା ବାଗ ୫୩ କେଜି ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ


ବଲାଙ୍ଗିର, ୨୬ ନଭେମ୍ବର (ହି.ସ.) - ଗତ ୨୦ ରୁ ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ୭୩ତମ ଓଡିଶା ରାଜ୍ୟ ଭାରୋତଳନ ପ୍ରତିଯୋଗିତା ରେ ପ୍ରଥମଥର ବଲାଙ୍ଗିର ର ଲିଜା ବାଗ ୫୩ କେଜି ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ ଓ କନିଷ୍ଠ ବର୍ଗରେ ରୌପ୍ୟ ପଦକ ପାଇଁ ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବଲାଙ୍ଗିର ଜିଲ୍ଲାର ସମସ୍ତ କ୍ରୀଡାପ୍ରେମୀ ତଥା ଜିଲ୍ଲା ଭାରୋତଳନ ସଂଘ, ବଲାଙ୍ଗିର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ୨୮ଡିସେମ୍ବର ୨୦୨୬ ରୁ ୩ ଜାନୁୟାରୀ ୨୦୨୭ ପର୍ଯ୍ୟନ୍ତ ଉତର ପ୍ରଦେଶର ମୋଦିନଗର ଠାରେ ଯୁବ ଜାତୀୟ ଭାରୋତଳନ ପ୍ରତିଯୋଗିତାରେ ଓଡିଶା ରାଜ୍ୟରୁ ମହିଳା ଭାରୋତଳରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି। ସୁଦାମ ବେହେରା, ବିନୟ ପାଣ୍ଡେ, ସଂଗ୍ରାମ ବହିଦାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande