କୃଷକ କ୍ଷେତ୍ର ପରିଦର୍ଶନ ଦିବସ ପାଳନ
ଜୟପୁର, ୨୬ ନଭେମ୍ବର (ହି.ସ.)- ଏମ୍. ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ମିଳିତ ପ୍ରୟାସରେ, ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ - ଜୈବ ପ୍ରଯୁକ୍ତିବିଦ୍ୟା, ଓଡ଼ିଶା ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲାର କୁନ୍ଦ୍ରା ଠାରେ ବିଭିନ୍ନ କିସମର ଗ
କୃଷକ କ୍ଷେତ୍ର ପରିଦର୍ଶନ ଦିବସ ପାଳନ


ଜୟପୁର, ୨୬ ନଭେମ୍ବର (ହି.ସ.)- ଏମ୍. ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ମିଳିତ ପ୍ରୟାସରେ, ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ - ଜୈବ ପ୍ରଯୁକ୍ତିବିଦ୍ୟା, ଓଡ଼ିଶା ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲାର କୁନ୍ଦ୍ରା ଠାରେ ବିଭିନ୍ନ କିସମର ଗୁଣବତା ପରୀକ୍ଷଣ ପାଇଁ ଚାଷ କରାଯାଇଥିବା ୮୦ କିସମର ମାଣ୍ଡିଆ, ବାଜରା, ସୁଆଁ, ଖେଡଜନା ଓ ବାର୍ନୟାର୍ଡ଼ ମିଲେଟ ଆଦିର କ୍ଷେତ୍ର ପରିଦର୍ଶନ ଦିବସ ପାଳନ କରାଯାଇଛି। ଏହି ଅବସରରେ କୁନ୍ଦ୍ରା ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରାୟ ୭୦ ଜଣ ଚାଷୀ ଉପସ୍ଥିତ ଥିଲେ। ତତ ସହିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ବିଭାଗର ୧୬ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଏମ୍. ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର ପ୍ରଶାନ୍ତ କୁମାର ପରିଡା ଅଂଶଗ୍ରହଣକାରୀମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏମ୍. ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଚେନ୍ନାଇର ବାରୱେଲ ବାୟଡାଇଭରସିଟି ର ଅଧ୍ୟକ୍ଷା ଡ. ଗୀତା ଶେଷାଦ୍ରୀ, ଆର୍ଆର୍ଟିଟିଏସ୍ , ସେମିଳିଗୁଡ଼ାର ସହଯୋଗୀ ଗବେଷଣା ନିର୍ଦ୍ଦେଶକ ଡ. ପର୍ଶୁରାମ ସିଆଲ, କୃଷି ବିଜ୍ଞାନ କେନ୍ଦ୍ର, ସେମିଳିଗୁଡ଼ାର କୃଷି ବୈଜ୍ଞାନିକ ଡ. ସୁନିତା ଦଣ୍ଡସେନା, ଆର୍ଆର୍ଟିଟିଏସ୍ , ଜୟପୁରର ବୈଜ୍ଞାନିକ ଡ. ତୁଷାର ଅରୁଣ ମହାନ୍ତି, କୁନ୍ଦ୍ରା ବ୍ଲକ୍ ର ଗୋଷ୍ଠୀ କୃଷି ଅଧିକାରୀ ତାପସ ଚନ୍ଦ୍ର ରାୟ, ପଞ୍ଚାୟତ ସମିତି, କୁନ୍ଦ୍ରାର ଉପାଧ୍ୟକ୍ଷ ତରୁଣୀସେନ ବିଶୋଇ, ଏମ୍. ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର ବରିଷ୍ଠ ବୈଜ୍ଞାନିକ ଡ. କାର୍ତ୍ତିକ ଚରଣ ଲେଙ୍କା, କେନ୍ଦ୍ର ମୁଖ୍ୟ ପ୍ରଶାନ୍ତ କୁମାର ପରିଡ଼ା ଏବଂ ମାଣ୍ଡିଆ ରାଣୀ ଡ. ରାଇମତି ଘିଉରିଆଙ୍କ ସମେତ ପ୍ରତିଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ପ୍ରଥମେ ଚାଷୀମାନଙ୍କୁ ୫ଟି ଦଳରେ ବିଭକ୍ତ କରାଯାଇ ସେମାନଙ୍କୁ ପରୀକ୍ଷଣ ପାଇଁ ଚାଷ କରାଯାଇଥିବା ମାଣ୍ଡିଆ ଜାତୀୟ ଶସ୍ୟର କ୍ଷେତ୍ର ପରିଦର୍ଶନ କରି ସେଥି ମଧ୍ୟରୁ କିସମ ଗୁଡିକୁ ବିଭିନ୍ନ ପ୍ରକାରର ଗୁଣ ଓ ମାନ ଯଥା ମାଣ୍ଡିଆର କେଣ୍ଡା, ଏହାର ରଙ୍ଗ, ବୃକ୍ଷର ଉଚ୍ଚତା, ପିଲ ସଂଖ୍ୟା, ରୋଗ ସହଣୀ ଶକ୍ତି, ମରୁଡି ସହଣୀ ଶକ୍ତି ଭିତିରେ କିସମ ଗୁଡିକ ମୂଲ୍ୟାଙ୍କନ କରିଥିଲେ। ଡ. ଗୀତା ଶେଷାଦ୍ରି କୃଷକମାନଙ୍କୁ ୫ଟି ଗୋଷ୍ଠୀରେ ବିଭକ୍ତ କରିବାରେ ଏବଂ କ୍ଷେତରୁ ଅଧିକ ଭଲ ପ୍ରଦର୍ଶନ କରୁଥିବା ମାଣ୍ଡିଆ ଫସଲକୁ ଚିହ୍ନଟ କରିବାରେ ସହଯୋଗ କରିଥିଲେ। ଦଳର ପ୍ରତ୍ୟକ ଚାଷୀଙ୍କୁ କିଛି ମଞ୍ଜି ଦିଆଯାଇଥିଲା। ସେମାନେ ଏହି ମଞ୍ଜି ମାଧ୍ୟମରେ କିସମ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ସେହିପରି ଗବେଷକ ଓ ବୈଜ୍ଞାନିକମାନେ ମଧ୍ୟ କିସମ ଗୁଡିକର ମୂଲ୍ୟାଙ୍କନ ସ୍ୱତନ୍ତ୍ର ଭାବରେ କରିଥିଲେ। ଏହା ପରେ ପରେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଉଭୟ ଚାଷୀ ଓ ବୈଜ୍ଞାନିକ ମାନଙ୍କର ମୂଲ୍ୟାଙ୍କନ ଆଧାରରେ ୫ଟି ସର୍ବୋତ୍କୋଷ୍ଟ କିସମକୁ ଚୟନ କରାଯାଇଥିଲା, ତାହା ଉପରେ ଆଲୋଚନା କରାଗଲା। ଏହି କିସମଗୁଡିକ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇ ସେହି କିସମର ବିଶୁଦ୍ଧ ବିହନ ଚାଷୀଙ୍କ ନିକଟକୁ ପହଞ୍ଚାଇବାକୁ ସ୍ଥିର କରାଯାଇଥିଲା। ଜଳବାୟୁ ପରିପ୍ରେକ୍ଷୀରେ ଏହି କିସମଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଥିଲେ। ଶେଷରେ ଏମ୍. ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର କୃଷି ସଂଯୋଜକ ଓମ ପ୍ରକାଶ ବାରିକ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଇ ଉକ୍ତ ସଭାକୁ ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande