ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ୧୮ ଦଫା ଦାବିପତ୍ର ପ୍ରଦାନ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ୧୮ ଦଫା ଦାବିପତ୍ର ପ୍ରଦାନ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ୧୮ ଦଫା ଦାବିପତ୍ର ପ୍ରଦାନ


ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ୧୮ ଦଫା ଦାବିପତ୍ର ପ୍ରଦାନ


ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ୧୮ ଦଫା ଦାବିପତ୍ର ପ୍ରଦାନ


ସମ୍ବଲପୁର, ୨୬ ନଭେମ୍ବର (ହି.ସ) - ସମ୍ବଲପୁର ଜିଲ୍ଲାର ଜନସାଧାରଣଙ୍କ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ସମାନତା, ଶିକ୍ଷା, ନିଯୁକ୍ତି, ଶ୍ରମିକ କଲ୍ୟାଣ ଓ ସାମଗ୍ରିକ ବିକାଶ ସମ୍ପର୍କିତ ୧୮ ଦଫା ଦାବିପତ୍ର ସମାଜବାଦୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଭାରତୀୟ ସମ୍ବିଧାନ ଆମ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଅଧିକାର ପ୍ରଦାନ କରିଛି। ସମ୍ବିଧାନର ମୂଳ ଲକ୍ଷ୍ୟ ହେଉଛି ଏକ ଶୋଷଣମୁକ୍ତ, ଭେଦଭାବମୁକ୍ତ, ସମତାଭିତିକ ଓ କଲ୍ୟାଣକାରୀ ସମାଜ ଗଠନ କରିବା। କିନ୍ତୁ ଦୁଃଖର ବିଷୟ, ଆଜି ମଧ୍ୟ ସମ୍ବଲପୁର ଜିଲ୍ଲାର ଅନେକ ଗରିବ, ଶ୍ରମିକ, ଦଳିତ, ଆଦିବାସୀ, ପଛୁଆବର୍ଗ, ଅଳ୍ପସଂଖ୍ୟକ, ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ବେକାର ଯୁବକଯୁବତୀ ବିଭିନ୍ନ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜମି ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ, ନିଯୁକ୍ତି, ଶ୍ରମିକଙ୍କ ଅଧିକାର, ଧାର୍ମିକ ସ୍ୱାଧୀନତା ଓ ପ୍ରଶାସନିକ ଜବାବଦେହିତା ଭଳି ବିଭିନ୍ନ କ୍ଷେତ୍ରରେ ଅଧିକ ଧ୍ୟାନ ଓ ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ, ସମ୍ବିଧାନ ଦିବସ ଅବସରରେ ବହୁଜନ ସମାଜ ପାର୍ଟି, ସମ୍ବଲପୁର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାବାସୀଙ୍କ ନ୍ୟାୟସଙ୍ଗତ ଦାବି ଓ ଜନସ୍ୱାର୍ଥ ସମ୍ବଳିତ ୧୮ ଦଫା ଦାବି ଉପସ୍ଥାପନ କରାଯାଇଛି। ୧୮ ଦଫା ଜନଦାବି ମଧ୍ୟରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଓ ରୟତି ପଟ୍ଟା ପ୍ରଦାନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବସ୍ତି ଓ ଅନ୍ୟାନ୍ୟ ଅଂଚଳରେ ଦୀର୍ଘଦିନ ଧରି ବସବାସ କରୁଥିବା ଯୋଗ୍ୟ ଗରିବ ଓ ଭୂମିହୀନ ପରିବାରଙ୍କ ଜମିର ସର୍ଭେ କରାଯାଇ ଆଇନ ଅନୁଯାୟୀ ଜମି ଅଧିକାର ଓ ରୟତି ପଟ୍ଟା ପ୍ରଦାନ କରାଯାଉ। ଉଚ୍ଛେଦ ପୂର୍ବରୁ ଆଇନସମ୍ମତ ପ୍ରକ୍ରିୟା, ନୋଟିସ୍ ଓ ଯୋଗ୍ୟ ପରିବାରଙ୍କ ପୁନର୍ବାସ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ। ନିଶାମୁକ୍ତ ସମ୍ବଲପୁର ଗଠନ ଜିଲ୍ଲାରେ ଅବୈଧ ମଦ, ନିଶାଦ୍ରବ୍ୟ ଓ ନିଶା କାରବାର ଉପରେ କଠୋର ନିୟନ୍ତ୍ରଣ ଲଗାଯାଉ। ବିଶେଷକରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ରକ୍ଷା କରିବା ପାଇଁ ଜନସଚେତନତା, ନିଶାମୁକ୍ତି କେନ୍ଦ୍ର ଓ ପୁନର୍ବାସ କାର୍ଯ୍ୟକ୍ରମକୁ ସୁଦୃଢ଼ କରାଯାଉ। ଜାତି ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାର ସରଳୀକରଣ ଯୋଗ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗ ଆବେଦନକାରୀଙ୍କୁ ଅଯଥା ହଇରାଣ ନକରି ସରଳ, ସ୍ୱଚ୍ଛ ଓ ସମୟସୀମାବଦ୍ଧ ପ୍ରକ୍ରିୟାରେ ଜାତି ପ୍ରମାଣପତ୍ର ପ୍ରଦାନ କରାଯାଉ। ଧାର୍ମିକ ସ୍ୱାଧୀନତା ଓ ସମସ୍ତ ଧର୍ମାବଲମ୍ବୀଙ୍କ ସୁରକ୍ଷା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ଓ ନିଜ ଧର୍ମ ପାଳନ, ଆଚରଣ ଓ ପ୍ରଚାର କରିବାର ଅଧିକାରକୁ ଆଇନର ସୀମା ମଧ୍ୟରେ ସୁରକ୍ଷା ଦିଆଯାଉ। ସମସ୍ତ ଧର୍ମର ଉପାସନା ସ୍ଥଳ ଓ ଧାର୍ମିକ କାର୍ଯ୍ୟକ୍ରମର ସୁରକ୍ଷା ସୁନିଶ୍ଚିତ କରାଯାଉ। ଧମକ, ଆକ୍ରମଣ, ଧାର୍ମିକ ଉତ୍ପୀଡ଼ନ ଓ ଭେଦଭାବ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ। ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ରାସ୍ତାକଡ଼ରେ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଭେଣ୍ଡିଂ ସାର୍ଟିଫିକେଟ୍ ପ୍ରଦାନ କରାଯାଉ। ଉପଯୁକ୍ତ ସ୍ଥାନରେ ମୌଳିକ ସୁବିଧା ସହିତ ଭେଣ୍ଡିଂ ଜୋନ୍ ସ୍ଥାପନ କରାଯାଇ ସେମାନଙ୍କ ଜୀବିକାର ସୁରକ୍ଷା କରାଯାଉ। ଗୁଣାତ୍ମକ ରାସ୍ତାଘାଟ ଓ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଜିଲ୍ଲାର ସହରାଂଚଳ ଓ ଗ୍ରାମାଂଚଳର ଖରାପ ଓ ଜରାଜୀର୍ଣ୍ଣ ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରାଯାଉ। ନିର୍ମାଣ କାର୍ଯ୍ୟର ଗୁଣବତା ଯାଂଚ କରି ନିମ୍ନମାନର କାମ ପାଇଁ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିୟମାନୁସାରେ ପଦକ୍ଷେପ ନିଆଯାଉ। ଜଳ ନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରାଯାଉ। ପାନୀୟ ଜଳ ଓ ରାସ୍ତା ଆଲୋକୀକରଣ ବ୍ୟବସ୍ଥା ସମସ୍ତ ବସ୍ତି, ୱାର୍ଡ ଓ ଗ୍ରାମାଂଚଳରେ ନିୟମିତ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଉ। ଅଚଳ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକର ତୁରନ୍ତ ମରାମତି ଓ ଆବଶ୍ୟକ ସ୍ଥାନରେ ନୂତନ ଆଲୋକ ବ୍ୟବସ୍ଥା କରାଯାଉ। ସ୍ୱଚ୍ଛତା ବ୍ୟବସ୍ଥା ସୁଦୃଢ଼ ଓ ସଫେଇ କର୍ମଚାରୀଙ୍କ ଅଧିକାର ସୁରକ୍ଷା ସହର ଓ ଗ୍ରାମାଂଚଳରେ ନିୟମିତ ଆବର୍ଜନା ସଂଗ୍ରହ, ପରିବହନ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ। ସଫେଇ କର୍ମଚାରୀ ଓ ଠିକା ଶ୍ରମିକଙ୍କୁ ଆଇନ ଅନୁଯାୟୀ ମଜୁରି, ଇପିଏଫ୍ ଇଏସ୍ଆଇ, ଛୁଟି, ସୁରକ୍ଷା ଉପକରଣ ଓ ଅନ୍ୟାନ୍ୟ ବୈଧ ସୁବିଧା ପ୍ରଦାନ କରାଯାଉ। ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସମ୍ବଲପୁର ଜିଲ୍ଲାର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ପାଇଁ ନିୟମିତ ନିଯୁକ୍ତି ମେଳା, ଦକ୍ଷତା ବିକାଶ ଓ ବୃତିମୂଳକ ତାଲିମ୍ ଆୟୋଜନ କରାଯାଉ। ସ୍ଥାନୀୟ ଶିଳ୍ପ, କାରଖାନା ଓ ବିଭିନ୍ନ ପ୍ରକଳ୍ପରେ ଯୋଗ୍ୟ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଦିଆଯାଉ। ସରକାରୀ ହସ୍ପିଟାଲରେ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର, ନର୍ସ, ଔଷଧ, ରୋଗ ପରୀକ୍ଷା ଓ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉ। ରୋଗୀଙ୍କ ସୁବିଧା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ଓପିଡି ସେବା ଆରମ୍ଭ ଓ ବିସ୍ତାର କରାଯାଉ। ସମସ୍ତଙ୍କ ପାଇଁ ସମାନ ଓ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ଉନ୍ନତ ଶ୍ରେଣୀଗୃହ, ଶୁଦ୍ଧ ପାନୀୟ ଜଳ, ପୃଥକ ଶୌଚାଳୟ, ପାଠ୍ୟ ଉପକରଣ ଓ ଛାତ୍ରବୃତି ସୁବିଧା ସୁନିଶ୍ଚିତ କରାଯାଉ। ଧନୀ-ଗରିବ ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବାର ସମାନ ସୁଯୋଗ ପାଉ। ଦଳିତ, ଆଦିବାସୀ, ପଛୁଆବର୍ଗ ଓ ଅଳ୍ପସଂଖ୍ୟକଙ୍କ ସାମାଜିକ ନ୍ୟାୟ ଓ ଅଧିକାର ସୁରକ୍ଷା ଜାତିଗତ ଭେଦଭାବ, ଅସ୍ପୃଶ୍ୟତା, ସାମାଜିକ ବଂଚନା ଓ ଅନ୍ୟାୟକୁ ରୋକିବା ପାଇଁ କଠୋର ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯାଉ। ଏସସି, ଏସପି, ଓବିସି ଓ ଅଳ୍ପସଂଖ୍ୟକ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସରକାରୀ ଯୋଜନା, ଶିକ୍ଷା, ନିଯୁକ୍ତି ଓ ଆଇନଗତ ସୁରକ୍ଷାର ଲାଭ ସୁନିଶ୍ଚିତ କରାଯାଉ। ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗ୍ୟ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମୟାନୁସାରେ ପେନସନ୍ ଓ ସରକାରୀ ଆର୍ôଥକ ସହାୟତା ପ୍ରଦାନ କରାଯାଉ। ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରାଯାଉ। ଶିଳ୍ପ ଓ ଖଣିଜ ଅଂଚଳରେ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ସମ୍ବଲପୁର ଜିଲ୍ଲାର ଶିଳ୍ପ ଓ ଖଣିଜ ଅଂଚଳରେ ବାୟୁ, ଜଳ ଓ ମୃତିକା ପ୍ରଦୂଷଣର ନିୟମିତ ବୈଜ୍ଞାନିକ ଯାଂଚ କରାଯାଉ। ପ୍ରଦୂଷଣ ସୃଷ୍ଟି କରୁଥିବା ସଂସ୍ଥାଗୁଡ଼ିକ ଉପରେ ପରିବେଶ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ। ପ୍ରଭାବିତ ଅଂଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଉ। ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ମହିଳାଙ୍କ ସୁରକ୍ଷା ପାଇଁ ଅସୁରକ୍ଷିତ ଅଂଚଳରେ ଷ୍ଟ୍ରିଟ୍ ଲାଇଟ୍, ନିୟମିତ ପୋଲିସ ପାଟ୍ରୋଲିଂ, ସୁରକ୍ଷିତ ସାର୍ବଜନୀନ ଶୌଚାଳୟ ଓ ଆବଶ୍ୟକ ସହାୟତା ବ୍ୟବସ୍ଥା କରାଯାଉ। ମହିଳାଙ୍କ ପ୍ରତି ହିଂସା, ଉତ୍ପୀଡ଼ନ ଓ ନିର୍ଯ୍ୟାତନା ଅଭିଯୋଗରେ ତ୍ୱରିତ ଓ ନିରପେକ୍ଷ ଆଇନଗତ ପଦକ୍ଷେପ ନିଆଯାଉ। ପ୍ରଶାସନିକ ସ୍ୱଚ୍ଛତା, ଜନଶୁଣାଣି ଓ ଜବାବଦେହିତା ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟମିତ ଜନଶୁଣାଣି ଆୟୋଜନ କରାଯାଇ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଉ। ସରକାରୀ ଯୋଜନା, ଉନ୍ନୟନମୂଳକ କାର୍ଯ୍ୟ ଓ ଖର୍ଚ୍ଚରେ ସ୍ୱଚ୍ଛତା ରଖିବା ସହ ପ୍ରଶାସନିକ ଜବାବଦେହିତା ସୁନିଶ୍ଚିତ କରାଯାଉ। ପୋଲିସ ପ୍ରଶାସନର ନିରପେକ୍ଷତା ଓ ଜନସାଧାରଣଙ୍କ ନ୍ୟାୟିକ ସୁରକ୍ଷା ଜାତି, ଧର୍ମ, ଭାଷା, ଆର୍ôଥକ ସ୍ଥିତି ଓ ରାଜନୈତିକ ପରିଚୟ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କୁ ସମାନ ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରାଯାଉ। ଥାନାରେ ଅଭିଯୋଗ ଗ୍ରହଣ, ନିରପେକ୍ଷ ତଦନ୍ତ, ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଓ ସାଧାରଣ ଲୋକଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ସୁନିଶ୍ଚିତ କରାଯାଉ ଏବଂ ଶେଷ ଦାବିରେ ଠିକା ଶ୍ରମିକଙ୍କ ଶୋଷଣ ବନ୍ଦ ଓ ଶ୍ରମ ଆଇନର କଡ଼ାକଡ଼ି ପାଳନ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକଙ୍କୁ ପ୍ରଚଳିତ ଶ୍ରମ ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରି, ସମୟାନୁସାରେ ଦରମା, ସାପ୍ତାହିକ ଛୁଟି, ଓଭରଟାଇମ୍ ପାରିଶ୍ରମିକ, ବୋନସ୍ ଓ ଅନ୍ୟାନ୍ୟ ବୈଧ ସୁବିଧା ପ୍ରଦାନ କରାଯାଉ ବୋଲି ଉପସ୍ଥାପିତ କରାଯାଇଛି । ଶେଷରେ ଠିକାଦାରଙ୍କ ଦ୍ୱାରା ଶ୍ରମିକ ଶୋଷଣ ଓ ଅନ୍ୟାୟ ଭାବେ କାର୍ଯ୍ୟରୁ ବାଦ୍ ଦେବା ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ। ଆମର ନିବେଦନ ଓ ଦାବି ମହାଶୟ, ଉପରୋକ୍ତ ୧୮ ଦଫା ଦାବି କୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ସ୍ୱାର୍ଥ ପାଇଁ ନୁହେଁ; ଏହା ସମ୍ବଲପୁର ଜିଲ୍ଲାର ସାଧାରଣ ଜନତାଙ୍କ ମୌଳିକ ସୁବିଧା, ସାମାଜିକ ନ୍ୟାୟ, ମାନବୀୟ ମର୍ଯ୍ୟାଦା ଓ ସାମ୍ବିଧାନିକ ଅଧିକାର ସହ ଜଡ଼ିତ ଏକ ଜନସ୍ୱାର୍ଥମୂଳକ ଦାବିପତ୍ର ବୋଲି ଦଳର ପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande