
ଗଂଜାମ, 26 ନଭେମ୍ବର (ହି.ସ.) ଗଂଜାମ ଜିଲ୍ଲା ପିତଳ ଗାଁ ଋଷିକୂଲ୍ୟା ନଦୀରୁ ପ୍ରତ୍ୟେହ ଶହ ଶହ ଟ୍ରକ ଚୋରା ବାଲିଉତ୍ତୋଳନ ପିତଳ ପାଇଁ ବିପତ୍ତିର କାରଣ ହୋଇଛି । ପିତଳ ଜନବସତି ଋଷିକୂଲ୍ଯା ନଦୀ କୂଳରେ, ଏଠାରେ ପ୍ରାୟ 15ଶହ ଘର ରହିଛି । ଏହି ନଦୀରୁ ପ୍ରତିଦିନ ଶହଶହ ଟ୍ରକ ଚୋରା ବଲିଚାଲାଣ ହେବା ଫଳରେ ଗାଁ ଠାରୁ ନଦୀ ବହୁନିମ୍ନରେ ରହିଛି । ବନ୍ୟା ଓ ବର୍ଷାରେ ମାଟି ଧୋଇ ହୋଇଯାଉଛି । ଗତ ଅର୍ଣ୍ଣବାତ୍ୟାରେ ପିତଳ ଗାଁ ଚାରିପଟେ ତିନିଦିନ ଧରି ବନ୍ୟା ଜଳଘେରି ରହିବା ଫଳରେ ଓ ଜଳନିଷ୍କାତିତ ହେବା ବେଳେ ପିତଳ ଗାଁରୁ ଜଳସହ ବାଲିମାଟି ଧୋଇ ହୋଇ ଯିବା ଫଳରେ ପିତଳର ବହୁ ପକ୍କା ଗୃହ କାନ୍ଥ ବାଡଫାଟି ଆଁ କରି ରହିଛି । ଏହି ଜରାଜିର୍ଣ୍ଣ ଗୃହରେ ଲୋକେ ବିପଦ ସଂକୁଳ ଅବସ୍ଥାରେ ରହିଛନ୍ତି । ଏସଂପର୍କରେ ଶେରଗଡ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି । ତୁରନ୍ତ ତହସିଲଦାର ଓ ଗଂଜାମ ଜିଲ୍ଲା ପାଳ ଘଟଣାର ଅନୁଧ୍ୟାନ କରି ଏହି କ୍ଷତିଗ୍ରସ୍ତ ପରିବାର ଗୁଡିକକୁ ଘର ଭଂଗା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜନଦାବି ହେଉଛି । ଏହି ଅଂଚଳରୁ ତୁରନ୍ତ ଚୋରା ବାଲି ଚାଲାଣ ରୋକିବା ପାଇଁ ଶେରଗଡ ତହସିଲଦାର ଓ ଖଣି ବିଭାଗ ଅଧିକାରୀ ମାନେ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଜନଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ