ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରେ ପୋଲିସ ପକ୍ଷରୁ ଚଢ଼ଉ, ୬ ଅଟକ
ପୁରୀ, ୨୬ ନଭେମ୍ବର (ହି.ସ.)- ପୁରୀ ସହରର ସମୁଦ୍ରକୂଳ ଥାନା ଅଧୀନସ୍ଥ ଚକ୍ରତୀର୍ଥ ରୋଡ୍ ରେ ଥିବା ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ସମ୍ପର୍କରେ ସୂଚନା ପାଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ଆଜି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଘଟଣାସ୍ଥଳରୁ ୩ ଜଣ ଗ୍ରାହକ, ୨
ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରେ ପୋଲିସ ପକ୍ଷରୁ ଚଢ଼ଉ, ୬ ଅଟକ


ପୁରୀ, ୨୬ ନଭେମ୍ବର (ହି.ସ.)- ପୁରୀ ସହରର ସମୁଦ୍ରକୂଳ ଥାନା ଅଧୀନସ୍ଥ ଚକ୍ରତୀର୍ଥ ରୋଡ୍ ରେ ଥିବା ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ସମ୍ପର୍କରେ ସୂଚନା ପାଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ଆଜି ଚଢ଼ଉ କରାଯାଇଥିଲା।

ଏହି ଚଢ଼ଉ ସମୟରେ ଘଟଣାସ୍ଥଳରୁ ୩ ଜଣ ଗ୍ରାହକ, ୨ ଜଣ ପୀଡ଼ିତା ଏବଂ ସ୍ପା ସେଣ୍ଟରର ମ୍ୟାନେଜରଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି। ଏହି ଘଟଣା ସମ୍ପର୍କରେ ସମୁଦ୍ରକୂଳ ଥାନାରେ କେସ୍ ନଂ ୩୮୨/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏହି କାର୍ଯ୍ୟକଳାପରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି। ପୀଡ଼ିତାମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande