ପୂର୍ବତଟ ରେଳପଥ ରାୟଗଡ଼ା ମଣ୍ଡଳରେ ସମ୍ବିଧାନ ଦିବସ ପାଳିତ
ଜୟପୁର, ୨୬ ନଭେମ୍ବର (ହି.ସ.)- ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ରାୟଗଡ଼ା ମଣ୍ଡଳ ପକ୍ଷରୁ ଗମ୍ଭୀରତା ଓ ଗରିମାର ସହିତ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନର ଉଦ୍ଦେଶ୍
ପୂର୍ବତଟ ରେଳପଥ ରାୟଗଡ଼ା ମଣ୍ଡଳରେ ସମ୍ବିଧାନ ଦିବସ ପାଳିତ:


ଜୟପୁର, ୨୬ ନଭେମ୍ବର (ହି.ସ.)- ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ରାୟଗଡ଼ା ମଣ୍ଡଳ ପକ୍ଷରୁ ଗମ୍ଭୀରତା ଓ ଗରିମାର ସହିତ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ପ୍ରସାର କରିବା ସହିତ ଭାରତୀୟ ସମ୍ବିଧାନର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ସମ୍ବିଧାନର ପ୍ରସ୍ତାବନାର ସାମୂହିକ ପାଠ। ରାୟଗଡ଼ା ମଣ୍ଡଳ ମୁଖ୍ୟାଳୟରେ ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଗୌରୀ ଶଙ୍କର ରାଓ, ସମସ୍ତ ଶାଖା ଅଧିକାରୀ, ବରିଷ୍ଠ ପର୍ଯ୍ୟବେକ୍ଷକ ଏବଂ ରେଳ କର୍ମଚାରୀମାନେ ଯୋଗଦେଇଥିଲେ।ରାୟଗଡ଼ା ମଣ୍ଡଳ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ, ବିଭାଗ, କ୍ଷେତ୍ରୀୟ ୟୁନିଟ୍, ରେଳ ଷ୍ଟେସନ ଏବଂ ଦୂରବର୍ତ୍ତୀ କାର୍ଯ୍ୟସ୍ଥଳୀଗୁଡ଼ିକରେ ମଧ୍ୟ ଏକକାଳୀନ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ବିଭିନ୍ନ ଷ୍ଟେସନ ଓ କାର୍ଯ୍ୟସ୍ଥଳୀରେ ନିୟୋଜିତ ରେଳ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ସ୍ଥାନରେ ସମ୍ବିଧାନର ପ୍ରସ୍ତାବନା ପାଠ କରି ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ବଜାୟ ରଖିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ।ମଣ୍ଡଳ ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଣ୍ଡଳ କାର୍ମିକ ଅଧିକାରୀ (ଭାରପ୍ରାପ୍ତ) ଦିଗମ୍ବର ପାଢ଼ୀଙ୍କ ତତ୍ତ୍ୱାବଧାନରେ ସଂଯୋଜନା କରାଯାଇଥିଲା। ଏହି ଦିବସ ପାଳନ ମାଧ୍ୟମରେ ସମ୍ବିଧାନର ମାର୍ଗଦର୍ଶକ ନୀତି ଓ ଆଦର୍ଶ ପ୍ରତି ସମ୍ମାନ ଜଣାଇବା ସହିତ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଓ ଜନସେବାରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ପାଇଁ ରାୟଗଡ଼ା ମଣ୍ଡଳର ପ୍ରତିବଦ୍ଧତା ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande