ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ
ଭଦ୍ରକ, ୨୬ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଚାଷୀ ମାନଙ୍କ ଭୋଟ ଦେବାର ଅଧିକାର ସୁରକ୍ଷା, ଜ୍ଞାନେଶ କୁମାର କୁ ଗିରଫ, ସମ୍ବିଧାନ ବିରୋଧୀ ଏସ୍ ଆଇ ଆର ବାତିଲ, କୃଷିଜାତ ସାମଗ୍ରୀର ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ, ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛା
SANJUKTA KRUSHKA MORCHA BIKHYOBHA


ଭଦ୍ରକ, ୨୬ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଚାଷୀ ମାନଙ୍କ ଭୋଟ ଦେବାର ଅଧିକାର ସୁରକ୍ଷା, ଜ୍ଞାନେଶ କୁମାର କୁ ଗିରଫ, ସମ୍ବିଧାନ ବିରୋଧୀ ଏସ୍ ଆଇ ଆର ବାତିଲ, କୃଷିଜାତ ସାମଗ୍ରୀର ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ, ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛାଡ, ଭଦ୍ରକ ଜିଲ୍ଲାର ବନ୍ୟା, ବାତ୍ୟା ପ୍ରପୀଡିତ ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା ଆଦି ଦାବି ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ବନ୍ତଛକ ଠାରୁ ଏକ କୃଷକ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉପରୋକ୍ତ ଦାବି ପୂରଣ ପାଇଁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ଆନ୍ଦୋଳନରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର,ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସଂଯୁକ୍ତ କୃଷକ ମୋର୍ଚ୍ଚା ନେତା ଚକ୍ରଧର ପାତ୍ର, ଅଶୋକ ବେହେରା, ଗୌରାଙ୍ଗ ଯେନା, ଘନଶ୍ୟାମ ଦାସ, ମହେଶ୍ୱର ନାୟକ, ଜୟନୂଲ ଆବେଦିନ, ସତ୍ୟମୂର୍ତି ବେହେରା,ନରହରି ବେହେରା, ଭରତ ନାୟକ, ବିପ୍ଳବ ଯେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ଉପରୋକ୍ତ ଦାବିଗୁଡିକ ପୂରଣ ନହେଲେ ଆସନ୍ତା ଡିସେମ୍ବର, ୧୦ ବିଧାନସଭା ସମ୍ମୁଖରେ ଓଡିଶା କୃଷକ ସଭା ପକ୍ଷରୁ ରାଜ୍ୟସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ ସୂଚନା ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande