ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
କେନ୍ଦୁଝର, 26 ନଭେମ୍ବର (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ସଭାପତିତ୍ବରେ ଏନ୍ ଏସ୍ ଏସ୍ ଆନୁକୂଲ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ସର୍ବପ୍ରଥମେ ଦେଶ ମାତୃକାର ସମ୍ମାନ ଜଣାଇ ଜାତୀୟ ସଙ୍ଗୀ
Pipilia


କେନ୍ଦୁଝର, 26 ନଭେମ୍ବର (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ସଭାପତିତ୍ବରେ ଏନ୍ ଏସ୍ ଏସ୍ ଆନୁକୂଲ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ସର୍ବପ୍ରଥମେ ଦେଶ ମାତୃକାର ସମ୍ମାନ ଜଣାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସତ୍ୟାନନ୍ଦ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଘନଶ୍ୟାମ ମହାନ୍ତ, ହେମନ୍ତ ମିଶ୍ର ଓ ପ୍ରାଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ, କାଞ୍ଚନ ଲତା ସାହୁ, ରଶ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇ ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସମସ୍ତେ ସମ୍ବିଧାନକୁ ସମ୍ମାନ ଜଣାଇ ଏକ ସୂତ୍ରରେ ବାନ୍ଧି ହୋଇ ଦେଶ ର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ କହିଥିଲେ। ପ୍ରୋଗାମ ଅଫିସର ଅଲେଖ ପ୍ରସାଦ ସାହୁ ସଭା ପରିଚାଳନା କରିଥିଲେ। ସମସ୍ତଙ୍କ ଦ୍ୱାରା ସମ୍ବିଧାନକୁ ସମ୍ମାନ ଜଣାଇ ଶପଥ ପାଠ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande