

ବଲାଙ୍ଗିର, ୨୬ ନଭେମ୍ବର (ହି.ସ.) - ବିର୍ସା ମୁଣ୍ଡା କେବଳ ଜନଜାତିଙ୍କ ସାହସ, ବୀରତ୍ୱ ଓ ଆସ୍ଥାର ପ୍ରତୀକ ନଥିଲେ ବରଂ ସମଗ୍ର ଭାରତର ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତ୍ର ୨୫ ବର୍ଷର ଜୀବନ କାଳରେ ନିଜ ଜମି, ଜଳ ଓ ଜଙ୍ଗଲ ତଥା ଲୋକଙ୍କ ସ୍ୱାର୍ଥ ପାଇଁ ଜୀବନ ଦେଇଥିଲେ । ଇଂରେଜ୍ ଉପନିବେଶର ପ୍ରତିରୋଧ, ସାହୁକାରମାନଙ୍କ ଶୋଷଣକୁ ବିରୋଧ ଥିଲା ତାଙ୍କ ସଂଗ୍ରାମର ଫଳ । ଆବୁଆ ଡିଶୁମ୍ ଆବୁଆ ରାଜ୍ ର (ଆମରି ଦେଶ ଆମରି ଶାସନ) ନାରାଦେଇ ଗରିଲା ଯୁଦ୍ଧର ଉଲଗୁଲାନ ଦେଇଥିଲେ । ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଆଜି ଇତିହାସ ବିଭାଗ ଦ୍ୱାରା ଆୟୋଜିତ ବିର୍ସା ମୁଣ୍ଡାଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯାହାର ଶୀର୍ଷକ ଥିଲା ବିର୍ସା ମୁଣ୍ଡା: ଜନଜାତିଙ୍କ ଗର୍ବର ପ୍ରତୀକ ଓ ଜାତିୟ ଚେତନା' । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୌତୁକ ପନ୍ଦର ସଭାପତିତ୍ୱ କରି ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ସଂଗ୍ରାମ ଆଜିବି କାହିଁକି ପ୍ରାସଙ୍ଗିକ ବକ୍ତବ୍ୟ ଦେଇ ଆଲୋଚନାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଜ୍ଝ ପ୍ରାଧ୍ୟାପକ ଡ଼. ଶିବପ୍ରସାଦ ନନ୍ଦ ଅତିଥି ଆଲୋଚକ ଭାବରେ ଯୋଗଦେଇ ଦେଶପାଇଁ ବିର୍ସାଙ୍କ ଅବଦାନ ସମ୍ପର୍କରେ ବାକ୍ତ୍ତବ୍ୟ ରଖିବା ସହ ତତ୍କାଳୀନ ସମୟଖଣ୍ଡର ଆର୍ôଥକ ସାମାଜିକ ଓ ରାଜନୀତିକ ପୃଷ୍ଠଭୂମି ବିଷୟରେ ସୂଚନା ଦେଇଥିଲେ । ବିଭାଗର ଛାତ୍ର ଗୋବିନ୍ଦ ବାରିକ, ଶଶାଙ୍କ ଶେଖର ଦାସ, ଆଶିଷ କୁମାର ବେହେରା ଓ ଛାତ୍ରୀ ସାରିକା ଭୁଏ ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଭାଗ ମୁଖ୍ୟ ଡ଼. ରମଣୀ ନାଏକ ସ୍ୱାଗତ ସମ୍ଭାଷଣ ଦେଇଥବା ବେଳେ ଅଧ୍ୟାପିକା ଅର୍ପିତା ପରିଚ୍ଛା ଓ ଦେବାଶିଷ ବେରୁକ୍ ସଭା ପରିଚାଳନା କରିଥିଲେ । ଅଧ୍ୟାପକ ସୁବେର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେଜ୍ଝମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ