ଭିଜିଲାନ୍ସ ଜାଲରେ ସମ୍ବଲପୁର ଠେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ହରିହର ପ୍ରଧାନ
ଭୁବନେଶ୍ୱର/ସମ୍ବଲପୁର, ୨୬ ନଭେମ୍ବର(ହି.ସ) : ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ ଫାଇଲ୍ ପ୍ରକ୍ରିୟାକରଣ ନିମନ୍ତେ ୭ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ଥେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍
ସ୍ବାସ୍ଥ୍ୟକର୍ମୀ ହରିହର ପ୍ରଧାନ


ଭୁବନେଶ୍ୱର/ସମ୍ବଲପୁର, ୨୬

ନଭେମ୍ବର(ହି.ସ) : ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ ଫାଇଲ୍ ପ୍ରକ୍ରିୟାକରଣ ନିମନ୍ତେ ୭ ହଜାର

ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି

ସମ୍ବଲପୁର ଜିଲ୍ଲା ଥେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ବହୁମୁଖୀ

ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ହରିହର ପ୍ରଧାନ।

ଭିଜିଲାନ୍ସ ପକ୍ଷରୁ ଜାରି

ସୂଚନା ଅନୁଯାୟୀ, ଅଭିଯୋଗକାରୀ ତାଙ୍କର ମୃତ ମାତାମହଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା

ପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସମସ୍ତ ଦସ୍ତାବିଜ ସହ ୬ ମାସ ପୂର୍ବରୁ ଆବେଦନ କରିଥିଲେ।

ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ହରିହର ପ୍ରଧାନ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ

ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରୁନଥିଲେ ଏବଂ ବିନା କାରଣରେ ଏହାକୁ ବିଳମ୍ବିତ କରୁଥିଲେ।

ଏହାର ସୁଯୋଗ ନେଇ ଅଭିଯୁକ୍ତ

ଶ୍ରୀ ପ୍ରଧାନ ଫାଇଲ୍ ପ୍ରକ୍ରିୟାକରଣ କରିବା ପାଇଁ ଅଭିଯୋଗକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ

ମାଗିଥିଲେ। ଲାଞ୍ଚ ଦାବି ଓ ହଇରାଣରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ

କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏହାପରେ ଆଜି ଓଡ଼ିଶା

ଭିଜିଲାନ୍ସର ଏକ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା

ଲାଞ୍ଚ ଗ୍ରହଣ କରୁଥିବା ସମୟରେ ହରିହର ପ୍ରଧାନଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ କବଜାରୁ ସମସ୍ତ

ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ଚଢ଼ାଉ ପରେ ଆୟବର୍ହିଭୂତ

ସମ୍ପତ୍ତି ଠୁଳ ସନ୍ଦେହରେ ହରିହର ପ୍ରଧାନଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ

ଚାଲିଛି।

ଏହି ଘଟଣାରେ ସମ୍ବଲପୁର

ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୩, ତାରିଖ ୨୫.୧୧.୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର

ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande