
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ବର୍ଷକୁ 6
ହଜାରରୁ ଅଧିକ ମୁଣ୍ଡ ନେଉଛି ସଡ଼କ ଦୁର୍ଘଟଣା । ଗତ ତିନି ବର୍ଷର ତଥ୍ୟ ବଢ଼ାଇଲା ଚିନ୍ତା । ତିନି
ବର୍ଷରେ ଯାଇଛି 18 ହଜାର 364 ଜଣଙ୍କ ଜୀବନ । ସେହିପରି କେବଳ ଭାରିଯାନ ଦୁର୍ଘଟଣା ପାଇଁ 2166
ଙ୍କ ମୃତ୍ୟୁ ହୋଇଛି । 2023 ରେ 5749, 2024 ରେ 6142 ଓ 2025 ରେ 6483 ଜଣଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା
। କେବଳ ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ଭିତରେ 4635 ଜୀବନ ଯାଇଥିବା ନେଇ ଗୃହରେ ଉତ୍ତର
ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା