
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ ଅଙ୍ଗନବାଡ଼ି
କର୍ମୀଙ୍କ ଦାବି ପ୍ରସଙ୍ଗ ଉଠାଇଲେ ବିଜେଡ଼ି ବିଧାୟକ ଧ୍ରୁବ ଚରଣ ସାହୁ । ରାଜ୍ୟରେ ଅଙ୍ଗନବାଡି
କର୍ମୀ ଓ ସହାୟିକା ଆନ୍ଦୋଳନରେ ବସିଛନ୍ତି । କିନ୍ତୁ ଆନ୍ଦୋଳନକୁ ଗୁରୁତ୍ଵ ଦେଉନାହାନ୍ତି
ବିଭାଗୀୟ ମନ୍ତ୍ରୀ । ବିଦେଶ ଗସ୍ତରେ ଯାଇଛନ୍ତି । ସରକାରକୁ ଆସିବା ପୂର୍ବରୁ 25 ହଜାର ଦରମା
କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଅଢ଼େଇ ବର୍ଷ ପରେ ବି କଲେ ନାହିଁ । ପୋଷଣ
ଯୋଜନାରେ ଅଙ୍ଗନବାଡି କର୍ମୀଙ୍କ ପାଖରେ ପଇସା ପହଞ୍ଚିଲା ନାହିଁ । ଅଙ୍ଗନବାଡ଼ି କର୍ମୀ ବା
ସ୍କିମ ୱାର୍କର ମାନଙ୍କୁ ୱାର୍କ୍ ମ୍ୟାନ ଭାବେ ଘୋଷଣା କରାଯାଉ । ତେଣୁ ସରକାର ଏହି ସମସ୍ୟା
ପ୍ରତି ଦୃଷ୍ଟି ଦେଇ ଦରମା ଓ ଭତ୍ତା ବଢାଇବା ପାଇଁ ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା