
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ
ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ଦାବି କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେ କହିଛନ୍ତି ଯେ, ଦେଶରେ 25ଟି ରାଜ୍ୟର ରାଜଧାନୀକୁ
ଜିଲ୍ଲାର ମାନ୍ୟତା ଦିଆଯାଇଛି । ହେଲେ ଓଡ଼ିଶାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ
19 ତାରିଖରେ ବର୍ତ୍ତମାନ କୌଣସି ଜିଲ୍ଲା ଗଠନ ପାଇଁ ସରକାର ଚିନ୍ତା କରି ନଥିବା ମନ୍ତ୍ରୀ କହିଛନ୍ତି
। ହେଲେ ଭୁବନେଶ୍ୱର ଜିଲ୍ଲା ହେବା ନିହାତି ଆବଶ୍ୟକ ଥିବାରୁ ସରକାର ଏହାକୁ ତୁରନ୍ତ ବିଚାର
କରିବାକୁ ଅନୁରୋଧ କରିଛନ୍ତି ବିଧାୟକ ଗଣେଶ୍ୱର ବେହେରା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା