
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ରାଜ୍ୟରେ କମିଛି
ବଜ୍ରପାତ ଜନିତ ମୃତ୍ୟୁ ହାର । 2019-20 ରେ 350
ଙ୍କ ଜୀବନ ଯାଇଥିବାବେଳେ 2024-25 ରେ 243 ଜଣ ଓ 2025-26 ରେ 257 ଜଣଙ୍କ ଜୀବନ ନେଇଛି
ବଜ୍ରପାତ । ତେବେ ରାଜ୍ୟରେ ବଜ୍ରପାତର ତୀବ୍ରତ ଓ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ତୁରନ୍ତ ୱାର୍ଣ୍ଣିଂ ସିଷ୍ଟମ ଦ୍ୱାରା ମୃତ୍ୟୁ
ସଂଖ୍ୟା ହ୍ରାସ କରାଯାଇଛି ।
ରାଜ୍ୟରେ ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ୱର, କେନ୍ଦୁଝର
ଓ କଟକକୁ ରାଜ୍ୟର ବଜ୍ରପାତପ୍ରବଣ ଜିଲ୍ଲା ଭାବେ ଚି଼ହ୍ନଟ କରାଯାଇଛି । ସେଠାରେ ଭାରତ ସରକାରଙ୍କ ମିଟିଗେସନ ପ୍ରୋଜେକ୍ଟ ଫର୍
ଲାଇଟିନିଂ ସେଫଟି କାର୍ଯ୍ୟକାରୀ କରାଯାଇଛି ।
ତାଳ ଗଛ ଲଗାଇବା ପାଇଁ 14
କୋଟି 72 ଲକ୍ଷ ମଂଜୁର ହୋଇଛି । ସଚେତନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଗୁଡିକୁ 20 କୋଟି ଟଙ୍କା
ଦିଆଯାଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି । ସେହିପରି
ଚଳିତ ବର୍ଷ ବନ୍ୟା, ବାତ୍ୟା, ଘୁର୍ଣ୍ଣିଝଡ଼,
ବଜ୍ରପାତ, ସାପ କାମୁଡା ଓ ପାଣିରେ ବୁଡି 464 ଲୋକଙ୍କ ଜୀବନ ଯାଇଛି । ଗଞ୍ଜାମ
ଭୁସ୍ଖଳନରେ ଏ ଯାଏଁ 6 ଜଣ ନିଖୋଜ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା