
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ରାଜ୍ୟରେ
ସରକାରୀ ଜମି ଜବରଦଖଲ ପ୍ରସଙ୍ଗକୁ ଗୃହରେ ସ୍ବୀକାର କରିଛନ୍ତି ମନ୍ତ୍ରୀ । ଗୃହରେ ବିଧାୟକ
ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଜବରଦଖଲ ଏକ ବହୁତ ବଡ଼ ସମସ୍ୟା । ସରକାରୀ ଜମିକୁ ମାଡ଼ି ବସିଛନ୍ତି ଲୋକେ। ମାଲକାନଗିରିରେ
ନିକଟରେ 100 ଏକର ଜମିକୁ ଜବରଦଖଲ ମୁକ୍ତ କରାଯାଇଛି । ଦୁଇ ପ୍ରକାର ଜବରଦଖଲ ହେଉଛି । ଗରିବ ଲୋକ
ଜବରଦଖଲ କଲେ ତାଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବାକୁ ଏବଂ ସ୍ବଚ୍ଛଳ ଲୋକେ ଜବରଦଖଲ କଲେ ମୁକ୍ତ
କରିବାକୁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯଦି ସରକାର ପଦକ୍ଷେପ ନନେବେ ରାଜସ୍ବ
ବିଭାଗ ଭୂମିହୀନ ହୋଇଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା