
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ରାଉରକେଲା
ଷ୍ଟିଲ ପ୍ଲାଣ୍ଟରେ ସ୍ଥାନୀୟ ଲୋକଙ୍କୁ କାମ ମିଳୁ ନଥିବାରୁ ଶୂନ୍ୟକାଳରେ ଅସନ୍ତୋଷ ପ୍ରକାଶ କଲେ
ବିଜେପି ବିଧାୟକ ଦୁର୍ଗା ଚରଣ ତନ୍ତି ।ଗୃହରେ ସେ
କହିଛନ୍ତି ଯେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାମ ଚାଲିଛି । ହେଲେ କର୍ତ୍ତୃପକ୍ଷ
ବାହାର ରାଜ୍ୟରୁ ଶ୍ରମିକ ଆଣି କାମ କରୁଛନ୍ତି । ଫଳରେ ସ୍ଥାନୀୟ ଶ୍ରମିକ ମାନଙ୍କୁ କାମ ଦିଆଯାଉ
ନାହିଁ । ଏମିତି କି ଶ୍ରମିକ ମାନଙ୍କୁ ଅଧିକ ସମୟ କାମ କରାଉଛନ୍ତି । ଯେଉଁ ମାନେ କାମ କରୁଛନ୍ତି
ତାଙ୍କୁ ସୁରକ୍ଷା ଉପକରଣ ଦିଆଯାଉ ନାହିଁ । ବାହାର ରାଜ୍ୟର ଶ୍ରମିକ ଅଧିକ ରହିଛନ୍ତି । ସ୍ଥାନୀୟ
ଶ୍ରମିକଙ୍କୁ ଅଧିକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା