
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ ଅନୁଦାନ
ପ୍ରାପ୍ତ ସ୍କୁଲ ସମସ୍ୟା ପ୍ରସଙ୍ଗ ଉଠାଇଲେ ବିଜେଡ଼ି ବିଧାୟକ ରମେଶ ବେହେରା । ରାଜ୍ୟରେ ନୂତନ
ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକ ସଂଖ୍ୟା କମ୍
ଅଛି । ନିୟମିତ ଶିକ୍ଷକ ନଥିବାରୁ ଅବସର ପରେ ଆଉ ନୂଆ ଶିକ୍ଷକ ନିଯୁକ୍ତି କରାଯାଇନାହିଁ ।
ସେହିପରି ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ମଧ୍ୟ ନିୟମିତ ଶିକ୍ଷକ ନିଯୁକ୍ତି
କରାଯିବାର ବ୍ୟବସ୍ଥା ନାହିଁ । ଅନେକ ଉଚ୍ଚ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଯେହେତୁ
ନିୟମିତ ଶିକ୍ଷକ ନିଯୁକ୍ତି ହେଉନାହିଁ, ଡ୍ରପ ଆଉଟ୍ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ସେହି ସ୍କୁଲ ଗୁଡ଼ିକୁ
ଅପଗ୍ରେଡ କରି ସରକାରୀ ସ୍କୁଲ ଭାବେ ରୂପାନ୍ତରିତ କରାଯାଉ ବୋଲି ଦାବି କଲେ ବିଜେଡ଼ି ବିଧାୟକ
ରମେଶ ବେହେରା । ସେହିପରି ଯେଉଁ ଶିକ୍ଷକ ମାନେ ନିଯୁକ୍ତ ଅଛନ୍ତି, ସେମାନଙ୍କ
ପାଇଁ ପେନସନ ବ୍ୟବସ୍ଥା କରାଯାଉ ବୋଲି ରମେଶ ବେହେରା ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା