ଅଡିଟ ସପ୍ତାହ ପାଳନ ଅବସରରେ ପଦଯାତ୍ରା ଅନୁଷ୍ଠିତ
ପୁରୀ ୨୬ ନଭେମ୍ବର (ହି.ସ.) - ଭାରତର ମହାଲେଖା ନିୟନ୍ତ୍ରକ ତଥା ସମୀକ୍ଷଙ୍କ ଦ୍ୱାରା ପାଳନ କରାଯାଉଥିବା ଷଷ୍ଠ ଅଡିଟ ସପ୍ତାହ ଅବସରରେ ଓଡ଼ିଶାର ଅଡିଟ -୨ କାର୍ଯ୍ୟାଳୟ ଦ୍ୱାରା ପୂର୍ବାଂଚଳର ଉପମହାଲେଖା ନିୟନ୍ତ୍ରକ ତଥା ସମୀକ୍ଷକ ପ୍ରମୋଦ କୁମାରଙ୍କ ନେତୃତ୍ୱରେ ପୁରୀ ବେଳାଭୂମିରେ ଏକ ପଦଯାତ୍ରା ଆଜି ୨୬
ଅଡିଟ ସପ୍ତାହ ପାଳନ ଅବସରରେ ପଦଯାତ୍ରା ଅନୁଷ୍ଠିତ


ପୁରୀ ୨୬ ନଭେମ୍ବର (ହି.ସ.) - ଭାରତର ମହାଲେଖା ନିୟନ୍ତ୍ରକ ତଥା ସମୀକ୍ଷଙ୍କ ଦ୍ୱାରା ପାଳନ କରାଯାଉଥିବା ଷଷ୍ଠ ଅଡିଟ ସପ୍ତାହ ଅବସରରେ ଓଡ଼ିଶାର ଅଡିଟ -୨ କାର୍ଯ୍ୟାଳୟ ଦ୍ୱାରା ପୂର୍ବାଂଚଳର ଉପମହାଲେଖା ନିୟନ୍ତ୍ରକ ତଥା ସମୀକ୍ଷକ ପ୍ରମୋଦ କୁମାରଙ୍କ ନେତୃତ୍ୱରେ ପୁରୀ ବେଳାଭୂମିରେ ଏକ ପଦଯାତ୍ରା ଆଜି ୨୬ ନଭେମ୍ବର ଅପରାହ୍ନରେ ଆୟୋଜନ କରାଯାଇଥିଲା। ସାମ୍ବିଧାନିକ ଓ ସାମାଜିକ ବ୍ୟବସ୍ଥା ମଧ୍ୟରେ ଗ୍ରାମ, ରାଜ୍ୟ ଓ ରାଷ୍ଟ୍ର ର ବିକାଶ ଯେତିକି ଜରୁରୀ ତାହା ପାଇଁ ଆବଣ୍ଟିତ ଅର୍ଥ ର ଖର୍ଚ୍ଚ ର ସମୀକ୍ଷା ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ହେଉଥିବା ଅଡିଟ ମଧ୍ୟ ଜରୁରୀ ଓ ସ୍ୱଛତା ପାଇଁ ଅପରିହାର୍ଯ୍ୟ। ଏହି ବାର୍ତା ଦେବା ସହ ସମସ୍ତ ଙ୍କୁ ସଚେତନ କରାଇବା ହିଁ ଏହି ଅଡିଟ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ମହାନିର୍ଦେଶକ କେ ପି ଆନନ୍ଦ, ମହାଲେଖାକାର ଅତୁଲ କୁମାର ଓ ବରଷ୍ଠ ଉପ ମହାଲେଖା ଗଣ ଯଥା ମଧୁବାଳା, ଭରତ ଚନ୍ଦ୍ର ବେହେରା , ବାଳକୃଷ୍ଣ, ପ୍ରଥମା ପ୍ରତୀକ୍ଷା ପ୍ରଧାନ, ସଞ୍ଜୟ କୁମାର ଓ ସୁବ୍ରତ ସେଠି ତଥା ଅନ୍ୟ ଅଧିକାରୀ ଓ କର୍ମଚାରୀ ଗଣ ଭାଗ ନେଇଥିଲେ। ପଦଯାତ୍ରାର ଉଦ୍ଦେଶ୍ୟ ଥିଲା ଯେ ସ୍ୱଛ ଓ ସୁଶାସନ ଦିଗରେ ସି ଏ ଜି ର ଭୂମିକା ଓ ପରବେଶ ରୁଦ୍ଧିମନ୍ତ କରବା ଦିଗରେ ଜନ ସଚେତନତା ଜାଗରଣ କରିବା।

ଏହି ପଦଯାତ୍ରାରେ ଜନସାଧାରଙ୍କ ଉତ୍ସାହ ଦେଖିବାକୁ ମିଳିଥିିଲା।ପୁରୀ ପ୍ରଶାସନ ଓ ପୁରୀ ମହା ନଗର ନିଗମର ସହାୟତା ପାଇଁ ମହାଲେଖାକାର କୃତଜ୍ଞତା ପ୍ରକଟ କରିଛନ୍ତି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande