
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଭୁବନେଶ୍ବରରେ
କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲି । ବିଭିନ୍ନ ଜିଲ୍ଲା ଓ ବ୍ଲକର କଂଗ୍ରେସ ନେତା ଓ କର୍ମୀ
ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏମଏମଡିଆରରେ ରାଜସ୍ବ କ୍ଷତି ଓ ବନ୍ୟା ପରିଚାଳନା ବିଫଳତାକୁ
ନେଇ ଆନ୍ଦୋଳନ କରିଛି କଂଗ୍ରେସ । କୋଟିଆ,
ପୋଲାଭରମ୍ ଏବଂ ମହାନଦୀ ବିବାଦକୁ ନେଇ ମଧ୍ୟ ଗର୍ଜିଛି କଂଗ୍ରେସ । ପାଠ୍ୟପୁସ୍ତକ
ତ୍ରୁଟିକୁ ନେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଦଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା