ଜୟପୁର ସିଟି ହାଇସ୍କୁଲରେ ସମ୍ବିଧାନ ଦିବସ ପାଳିତ
ଜୟପୁର, ୨୬ ନଭେମ୍ବର (ହି.ସ.)- ଜୟପୁର ସିଟି ହାଇସ୍କୁଲରେ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହିତ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୁଇଜ୍ ପ୍ରତିଯୋଗିତା, ବୁକ୍ମାର୍କ ପ୍ରସ୍ତୁତି, ପୋଷ୍ଟର ତିଆରି, ଚିତ୍ରାଙ୍କନ, ବ୍ୟାଜ୍ ଓ କୋଲାଜ୍ ପ୍ରସ୍ତୁତି ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥି
ଜୟପୁର ସିଟି ହାଇସ୍କୁଲରେ ସମାରୋହରେ ସମ୍ବିଧାନ ଦିବସ ପାଳିତ


ଜୟପୁର, ୨୬ ନଭେମ୍ବର (ହି.ସ.)-

ଜୟପୁର ସିଟି ହାଇସ୍କୁଲରେ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହିତ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କୁଇଜ୍ ପ୍ରତିଯୋଗିତା, ବୁକ୍ମାର୍କ ପ୍ରସ୍ତୁତି, ପୋଷ୍ଟର ତିଆରି, ଚିତ୍ରାଙ୍କନ, ବ୍ୟାଜ୍ ଓ କୋଲାଜ୍ ପ୍ରସ୍ତୁତି ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ସଭାପତି ଶଶୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନର ଗୁରୁତ୍ୱ, ମୁଖ୍ୟ ବିଶେଷତ୍ୱ ଓ ପ୍ରସ୍ତାବନା ସମ୍ପର୍କରେ ବୁଝାଇଥିଲେ। ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ସହ ସମ୍ବିଧାନର ମର୍ଯ୍ୟାଦା ଓ ନୀତିନିୟମ ପାଳନ କରିବାକୁ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁରର ଅବସରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜି. ଭି. ରେଡ୍ଡୀ, ସମାଜସେବୀ ପଙ୍କଜ ପାତ୍ର, ସିଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ଓ ସିଟି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କେ. ପଦ୍ମା ଦେବୀ ଉପସ୍ଥିତ ଥିଲେ।ଶିକ୍ଷକ ପ୍ରତାପ କୁମାର ପଟ୍ଟନାୟକ, ପି. କେ. ସି. ଏଚ. ମୌଳି, ଜି. କାବ୍ୟାଞ୍ଜଳି, ରୀତା ସାମନ୍ତରାୟ, ସୁସ୍ମିତା ପାତ୍ର, ଏମ୍. ମାଧବୀ ଓ ସି ଏଚ ମ।ନସା ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ନିଜର ସୃଜନଶୀଳତା ପ୍ରଦର୍ଶନ କରିବା ସହ ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ବିଦ୍ୟାଳୟର ପ୍ରଦର୍ଶନୀ ବୋର୍ଡରେ ପ୍ରଦର୍ଶିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande