
ଭୁବନେଶ୍ୱର, ୨୬ ନଭେମ୍ବର(ହି.ସ) - ସମ୍ବିଧାନ ଦିବସ ଅବସରରେ ଗୁରୁବାର କମିଶନରେଟ୍ ପୋଲିସ ମୁଖ୍ୟାଳୟ, ଭୁବନେଶ୍ୱରଠାରେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ଆଦର୍ଶ ଓ ମୌଳିକ କର୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣର ଶପଥ ପାଠ କରାଯାଇଥିଲା।
ଏହି ଅବସରରେ ପୋଲିସ କମିଶନର, ଡଃ ସୁରେଶ ଦେବ ଦତ ସିଂହ,ଡସିପି ହେଡକ୍ୱାର୍ଟର ବିଷ୍ଣୁ ପ୍ରସାଦ ପତି ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଶପଥ ଗ୍ରହଣ କରିଥିଲେ।
ଆସନ୍ତୁ, ଆମ ସମ୍ବିଧାନର ଗରିମା, ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ଅକ୍ଷୁଣ୍ଣ ରଖି ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନରେ ନିଜର ଅବଦାନ ରଖିବା ବୋଲି ପୋଳିସ୍ କମିଶନର ଆହ୍ୱାନ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା