
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ସମ୍ବିଧାନ ଦିବସରେ
ଭାରତୀୟ ସମ୍ବିଧାନ ସଭାର ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସମ୍ବିଧାନ
ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଅଧିକାର ପ୍ରଦାନ କରିଛି ।
ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୧୯୪୯ ମସିହା ଆଜିର ଦିନରେ ଭାରତୀୟ
ସମ୍ବିଧାନ ସଭା ଆମ ସମ୍ବିଧାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା । ସମ୍ବିଧାନ ଦିବସ ଅବସରରେ
ଭାରତୀୟ ସମ୍ବିଧାନ ସଭାର ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଛି।
ଆମ ସମ୍ବିଧାନ ପ୍ରତ୍ୟେକ
ନାଗରିକଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଅଧିକାର ପ୍ରଦାନ କରିଛି । ଆସନ୍ତୁ, ସାମ୍ବିଧାନିକ ମୂଲ୍ୟବୋଧ ଓ କର୍ତ୍ତବ୍ୟବୋଧକୁ ପାଥେୟ କରି ଏକ ସମୃଦ୍ଧ
ଓଡ଼ିଶା ତଥା ବିକଶିତ ଭାରତ ଗଠନ ଦିଗରେ ସଂକଳ୍ପବଦ୍ଧ ହେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା