
ଭୁବନେଶ୍ୱର, 26 ନଭେମ୍ବର (ହି.ସ.) -ପୂର୍ବ ତଟ ରେଳପଥ ମୁଖ୍ୟାଳୟ ରେଳ ସଦନ, ଭୁବନେଶ୍ୱରଠାରେ ଆଜି ସମ୍ମାନ ଓ ଶ୍ରଦ୍ଧାର ସହିତ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ମହାପ୍ରବନ୍ଧକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ମୁଖବନ୍ଧ ସାମୂହିକ ଭାବେ ପାଠ କରିଥିଲେ।
ପୂର୍ବ ତଟ ରେଳପଥ ଅଧୀନରେ ଥିବା ସମସ୍ତ ରେଳ ମଣ୍ଡଳରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଜୋନ୍ର ପ୍ରମୁଖ ରେଳ ଷ୍ଟେସନ ଓ ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ସୁଦୂର ସ୍ଥାନରେ ଅବସ୍ଥିତ ରେଳ କର୍ମଚାରୀମାନେ ମଧ୍ୟ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସମ୍ବିଧାନର ମୁଖବନ୍ଧ ପାଠ କରି ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସମ୍ବିଧାନରେ ନିହିତ ମୂଲ୍ୟବୋଧ ଓ ଆଦର୍ଶ ପ୍ରତି ନିଜର ପ୍ରତିବଦ୍ଧତା ପୁନଃବ୍ୟକ୍ତ କରିଥିଲେ। ପୂର୍ବ ତଟ ରେଳପଥ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ପ୍ରମୁଖ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ। ଏହି ପାଳନ ସମ୍ବିଧାନରେ ଉଲ୍ଲେଖିତ ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ପୂର୍ବ ତଟ ରେଳପଥର ଗଭୀର ସମ୍ମାନକୁ ପ୍ରତିଫଳିତ କରିବା ସହିତ ଦୈନନ୍ଦିନ ଜୀବନ ଓ କାର୍ଯ୍ୟରେ ଏହାର ନୀତି ରକ୍ଷା କରିବାର ଗୁରୁତ୍ୱକୁ ପ୍ରତିଫଳିତ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା