ଶୂନ୍ୟକାଳରେ ଉଠିଲା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଥିବା ଜମି ସମସ୍ୟା ପ୍ରସଙ୍ଗ
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଥିବା ଜମି ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ 5 ଏକର ଜମିର ମାନଦଣ୍ଡ ସରକାର ସ୍ଥିର
ଶୂନ୍ୟକାଳରେ ଉଠିଲା     ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଥିବା ଜମି ସମସ୍ୟା ପ୍ରସଙ୍ଗ


ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଥିବା ଜମି ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ

ପଦ୍ମଲୋଚନ ପଣ୍ଡା । ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ 5 ଏକର

ଜମିର ମାନଦଣ୍ଡ ସରକାର ସ୍ଥିର କରିଛନ୍ତି । ହେଲେ ଅନେକ ପଞ୍ଚାୟତରେ 5 ଏକର ଜମି ମିଳୁନାହିଁ ।

ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ 5 ଏକର ଜମି ପରିବର୍ତ୍ତେ ଅତି କମରେ

3 ଏକର ଜମିରେ ସୀମିତ କରାଯାଉ । ହେଲେ ତାହା ବି କଷ୍ଟସାଧ୍ୟ । ଆଉ ଏପରି ସ୍ଥଳେ 5 ଏକର ଜମି

ପାଇବା ଆଦୌ ସମ୍ଭବ ନାହିଁ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande